ଧର୍ମଗଡ଼:୦୪/୧୨ କଳାହାଣ୍ଡି: ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମ ପଂଚାୟତ ବେହେରା ପାଟି ଗ୍ରାମ ସାନ୍ଧୁଲ ନଦୀ ଖେଳପଡିଆ ଠାରେ ଡିଫାଇନ କଳାହାଣ୍ଡିର ଏକ ସାମାଜିକ ସଙ୍ଘଠନ ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମାଜିକ କର୍ମୀ ତଥା କଳାହାଣ୍ଡି ଲିବେରେସନ ଫ୍ରଣ୍ଟ ର ପୁର୍ବତନ ପ୍ରତିଷ୍ଠାତା “ମଧୁ ମହାନ୍ତି”ଯୋଗଦେଇ କଳାହାଣ୍ଡି ର ବିକାଶ ପାଇଁ ତାଙ୍କ ସ୍ବପ୍ନଥିଲା, ଉକ୍ତ ସ୍ବପ୍ନକୁ ସାକାର କରିବାକୁ ସେ ପୁଣି କଳାହାଣ୍ଡି ମାଟି କୁ ଫେରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଦୀର୍ଘ ୨୫ବର୍ଷ ପରେ କଳାହାଣ୍ଡି ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ତାଙ୍କର ମୁଖ୍ୟ ଲକ୍ଷ ବୋଲି ସେ କହିଥିଲେ ।ଉକ୍ତ ସମାବେଶ ରେ ନର୍ଲା,ମ.ରାମପୁର,ଲାଞ୍ଜିଗଡ, କର୍ଲାମୁଣ୍ଡା, ଓ କେସିଙ୍ଗା,ରୁ ହଜାର ହଜାର ଲୋକ ଜନାସମାବେଶ ଦେଖିବାକୁ ମିଳିଥିଲା, ସଭା କାର୍ଯ୍ୟ ପୂର୍ବରୁ ନର୍ଲା କଲେଜ ଛକ ଠାରେ ଶ୍ରୀ ମହାନ୍ତିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଯୁବ ଗୋଷ୍ଠୀ ଙ୍କ କେମିତି ରୋଜଗାର ଦିଆଯିବ, ସ୍ୱଚ୍ଛ ଶାସନ, ସ୍ୱଚ୍ଛ ସେବା ପାଇଁ ଆଗେଇବା, ଶ୍ରୀ ମହାନ୍ତି ତାଙ୍କର ମୂଳ ଉଦେଶ୍ୟ ବୋଲି ସେ ପ୍ରକାଶ କରିଥଲେ।ଏହି ସଭାରେ ଶ୍ରୀ ମହାନ୍ତି ଙ୍କ ସୁପୁତ୍ର ତିଳକରାଜ ମହାନ୍ତି ଯୋଗ ଦେଇ ବାପା ଙ୍କ ସ୍ୱପ୍ନ କୁ ପୂରଣ କରିବା ଦିଗରେ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ଉଦବୋଧନ ଦେଇଥିଲେ ସଭା ଶେଷରେ ସୁନନ୍ଦା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜନୀତି ମୋ ପାଇଁ ପେସା ନୁହେଁ, ସେବା ମନୋବୃତି ନେଇ ଆସିଛି।ନର୍ଲା ସମାବେଶରେ ପୁଅ ସହିତ ଯୋଗ ଦେଲେ ମଧୁ ମହାନ୍ତି….
