ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି।


କୋକସରା:୦୫/୧୨ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ଠାରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ବାଇକ ଦୁଇଜଣ ଜୁନାଗଡ଼ ରୁ ନିଜ ଗାଁ କୁ ଯାଇଥିବା ବେଳେ କଲମପୁର ରୁ କଟକ,ଚଣ୍ଡିଖୋଲ ଅଭିମୁଖେ ଯାଇଥିବା ଲକି ନାମକ ଏକ ଘରୋଇ ବସ ନମ୍ବର(OD-08,P2174) କଲମପୁର ପଟୁ ଆସୁଥିଲା । ଚିଲକପୁର ଠାରେ ବସ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣ ବାଇକ ଆରୋହୀ ଯୁବକ ଦୁଇ କଲମପୁର ବ୍ଲକ ର ଗୁମାବାହଲ ଓ ତୋତ୍ରଗୁଡା ଗୁମାବାହାଲ ର କରିତ ମାଝୀ ତୋତ୍ରାଗୁଡା ର ଜଗନ୍ନାଥ ନାଏକ ଉଭୟଙ୍କ ବୟସ ୧୯ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବସ ଓ ବାଇକ କୁ ପୋଲିସ ଜବତ କରିଛି।