Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁନଗାଁ ରେ ମାନପୁରିଆଣି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାଳନ।

କୋକସରା:୦୪/୧୨ କୋକସରା ବ୍ଲକ କନ୍ଦା ବୁଟୁରା ପଂଚାୟତ ତୁନଗାଁ ଗ୍ରାମର ଆରାଧ୍ୟ ଦେବୀ ମା ମାନପୁରିଆଣି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପରେ ପଡୁଥିବା ରବିବାର ରେ ଅନୁଷ୍ଠିତ ହୋଇଆସୁଛି। ପୂର୍ବରୁ ଚାଲି ଆସୁଥିବା ପରମ୍ପରା ରୀତିନୀତି ଅନୁଯାୟୀ ମା ମାନପୁରିଆଣି ଦେବୀ ଙ୍କ ମୁଖ୍ୟ ପୁଜକ ରାମେଶ୍ୱର ପୁଝାରି ପୂଜାର୍ଚ୍ଚନା କରିବା ପରେ ଗ୍ରାମର ବୁଢ଼ାରଜା ମନ୍ଦିର ରୁ ମା ସର୍ଵ ମଙ୍ଗଳା, ମା ଠାକୁରାଣୀ, ଭଣ୍ଡାର ଘରଣୀ, ଧନ ମାଉଳି, ମା ମାଉଳି, ଭିମା ଦେବାଦେବୀ ଙ୍କ ଲାଠିକୁର୍ସି ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ ଦେବାଦେବୀ ଙ୍କ ଶିରା ଙ୍କ ଦେହରେ କାଲିସି ଲାଗି ହୋଇଥିଲେ। ପରେ ସମାବେତ ଦେବାଦେବୀ ଙ୍କ ଲାଠିକୁର୍ସି ଝୁଲଣ ପଡ଼ିଆ ରେ ପହଞ୍ଚିବା ପରେ କାଲିସି ମାନେ କଣ୍ଟା ଦୋଳି ରେ ଝୁଲିବା ସହ ଶ୍ରଦ୍ଧାଳୁ ଙ୍କୁ ଆଶ୍ରିବାଦ କରିଥିଲେ। ମାନସିକଧାରୀ ଭକ୍ତ ମାନେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ଅର୍ପଣ କରିଥିଲେ। ପରେ ରାତିରେ ରେକର୍ଡ ଡ୍ୟାନ୍ସ ଓ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କମିଟି ସଭାପତି ପ୍ରେମଲାଲ ଶବର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଅବସର ପ୍ରାପ୍ତ ଅଧିକାରୀ ଭୋଳାନାଥ ନାଏକ, ଲକ୍ଷ୍ମଣ ନାଏକ।ପ୍ରମୁଖ ଉପସ୍ଥିତ ଥିଲେ। ଘୁମୁରା ପ୍ରତିଯୋଗିତାରେ ୬ ଗୋଟି ଦଳ ଭାଗ ନେଇଥିବା ବେଳେ ବିଚାରପତି ଭାବେ ଈଶ୍ୱର ପାଣିଗ୍ରାହୀ,ଭୁବନେଶ୍ୱର ଶବର, ପରାଶ୍ୱର ବେମାଲ, ଲାଲ ବାହାଦୂର ସାହୁ ରହିଥିଲେ।ପୂଜା କମିଟିର ଉପ ସଭାପତି ରଏନୁ ପାଣିଗ୍ରାହୀ, ସମ୍ପାଦକ ବନମାଳୀ ପାଣିଗ୍ରାହୀ,ସହ ସମ୍ପାଦକ ନୃପରାଜ ନାଏକ,ସୁରେନ୍ଦ୍ର ଶବର, ଜଳନ୍ଧର ପାଣିଗ୍ରାହୀ, ପ୍ରଦ୍ୟୁନ୍ନ ଶବର, ଦେବେନ୍ଦ୍ର ଶବର ଓ ଗ୍ରାମବାସୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ