Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ଜଣ ନାବାଳିକା ଚାଳକ ଠାରୁ ୧ଲକ୍ଷ ୨୫ହଜାର ଟଙ୍କା ତଣ୍ଡ ଆଦାୟ

ଆଜି ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆର ଟି ଓ ଅକ୍ଷୟ କୁମାର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲାର ଉଲୁଣ୍ଡା, ବିନିକା ସହ ସନ୍ଧ୍ୟାରେ ସହରର ବ୍ଲକ ଛକ ଠାରେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ସ୍କୁଲ ଓ କଲେଜର ନାବାଳକ ପିଲାମାନେ ଗାଡି ଚଲାଉଥିବା ବେଳେ ୫ଜଣ ନାବାଳକ ଗାଡି ଚାଳକ (୨ ଜଣ ବିନିକା ୨ ଜଣ ଉଲୁଣ୍ଡା ଏବଂ ଜଣେ ସୋନପୁରବ୍ଲକ ଛକ ଠାରେ) ପ୍ରତ୍ୟକଙ୍କ ଠାରୁ ୨୫୦୦୦/- ଟଙ୍କା ଲେଖାଏଁ ଜୋରିମାନା କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ସେହିପରି ୪୩ ଜଣ ଗାଡି ଚାଳକଙ୍କୁ ବିନା ହେଲମେଟ, ନିଶାସକ୍ତ ଡ୍ରାଇଭିଂ, ମୋବାଇଲ ବ୍ୟବହାର ସହ ଗାଡି ଚାଳନା ନିମନ୍ତେ ମୋଟରଯାନ ଆଇନ ମୁତାବକ ଜୋରିମାନା କରାଯାଇଥିବା ସନ୍ଧ୍ୟା ସୁଦ୍ଧା ସୂଚନା ପ୍ରଦାନ କରାଯାଇ ଥିବା ବେଳେ ସନ୍ଧ୍ୟାରେ ସୋନପୁର ବ୍ଲକ ଛକ ଠାରେ ପରିବହନ ଅଧିକାରୀ ସୋନପୁର ଙ୍କ ନେତୃତ୍ୱରେ ବିଭାଗ ତରଫରୁ ଏହି ଧର ପଗଡ଼ କାର୍ଯ୍ୟକ୍ରମ ଚାଲୁରହିଥିଲା l