Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟି-୧୦ ଉଇଣ୍ଟର କପ୍ ଟୁର୍ଣ୍ଣାମେଣ୍ଟ ; ମ୍ୟାଚରେ ମୁଡିଂ ଦଳ ବିଜୟୀ ହୋଇ ଚାମ୍ପିୟାନ

କଳାହାଣ୍ଡି, ୦୫/୧୨ (ଜଗନବାଥ ନାଏକ) : ଟି-୧୦ ଉଇଣ୍ଟର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ମୁଡିଂ ଚମ୍ପିୟାନ କର୍ଲାମୁଣ୍ଡା ବ୍ଳକ ଟକାରୁମାଲ କ୍ରିକେଟ କ୍ଳବ୍ ତରଫରୁ ରେଙ୍ଗାଲି ପଡ଼ିଆ ଠାରେ ଆୟୋଜିତ ଟି-୧୦ ଉଇଣ୍ଟର କପ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ମୁଡିଂ ଓ ତାଲଭଅଁରା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ମୁଡିଂ ଦଳ ବିଜୟୀ ହୋଇ ଚାମ୍ପିୟାନ ହୋଇଥିଲେ। ଚମ୍ପିୟାନ ଏକାଦଶ ଓ ଉପବିଜେତା ତାଲଭଅଁରା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ଏହିଭଳି ଏକ ସୁନ୍ଦର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବାରୁ ଟକାରୁମାଲ କ୍ରିକେଟ କ୍ଳବ୍ ର ସମସ୍ତ ସଦସ୍ୟଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଦେଇ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।