Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଉଦଯାପିତ; କନ୍ଧମାଳ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସମନ୍ୱିତ ଶିଶୁ ବିକାଶ ସଭାଗୃହରେ ବ୍ଲକ ସ୍ତରୀୟ ପୋଷଣ ପକ୍ଷ ଗତ ୨୦ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୩ ତାରିଖରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ , ଶିଶୁ ବିକାଶ ଅଧିକାରିଣୀ ହରିପ୍ରୀୟ ମେହେର , ସ୍ବାସ୍ଥ୍ୟ ଅଧିକାରୀ ପ୍ରବୋଧ କୁମାର ପ୍ରଧାନ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ହେଉଛି ଗାଁରେ ମିଳୁଥିବା ସମସ୍ତ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ ,ବିଭିନ୍ନ ପନିପରିବାକୁ ପୁଷ୍ଟିକର ଆହାର ଭାବରେ ଗ୍ରହଣ କରି କିଶୋରୀ ବାଳିକା ,ଗର୍ଭବତୀ ,ପ୍ରସୂତି, ପୁଷ୍ଟିକର ଖାଦ୍ୟ ପାଇପାରିବେ ସେ ନେଇ ଆଲୋଚନା କରିବା ସହ ସଚେତନ କରାଯାଇଥିଲା। ଅନ୍ୟ ପଟେ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, କିଶୋରୀ ବାଳିକା, ପ୍ରସୂତି ମହିଳା , ବଳାଣ୍ଡା ପଡ଼ା ମାଆ ଗୃହ ସଦସ୍ୟ , ସି ଆର ପି, ଏମ୍ ବି କେ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ