Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟ ଯୁବ ଓଡିଶା ପକ୍ଷରୁ ସଡକ ସୁରକ୍ଷା ଅଭିଯାନ।

କୋକସରା:୦୬/୧୨ କୋକସରା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସୌଜନ୍ୟରେ ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଥିବା ବେଳେ ବୁଧବାର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ଜୀବନ ରକ୍ଷା ସଚେତନତା ଅଭିଯାନ ରେ ଡିଗ୍ରୀ କଲେଜ ରୁ ବାହାରି କୋକସରା ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସଡକ ସୁରକ୍ଷା, ଟ୍ରାଫିକ ନିୟମ,ହେଲମେଟ ବ୍ୟବହାର ଉପରେ ନାଟକୀୟ ଚରିତ୍ର ବେଶଭୁଷା ରେ ଉପନୀତ ହୋଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରିଛନ୍ତି। ଏହି କ୍ରମ ରେ କୋକସରା।ବ୍ଲକ।କାର୍ଯ୍ୟାଳୟ ସମ୍ମୁଖରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଉପସ୍ଥିତ ରହି ସଚେତନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନତା ର ବାର୍ତ୍ତା ନେଇ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ତଥା ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପକ ଐରି ନାସନ ଚିନ୍ଦା, ଅଧ୍ୟାପିକା ଶୁଭଶ୍ରୀ ସାହୁ,ବେଦମତି ବାରିକ ସମେତ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।