Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଗଡ଼ିଲା ଶିକ୍ଷା ରଥ।

କୋକସରା:୦୬/୧୨ ସମଗ୍ର ଶିକ୍ଷା ଅଭିଯାନ କଳାହାଣ୍ଡି ଜିଲ୍ଲା ପକ୍ଷରୁ ପ୍ରତି ବ୍ଲକ ରେ ଶିକ୍ଷା ସଚେତନତା ସୃଷ୍ଟି କରିବା ଅଭିଯାନ ନେଇ ଶିକ୍ଷା ରଥ ଉଦଘାଟନ ମଙ୍ଗଳବାର ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ଉଦଘାଟନ ପରେ ବୁଧବାର କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ରଥ କୁ ସ୍ୱାଗତ କରିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷା ରଥ କୁ ପୂଜାର୍ଚ୍ଚନା ପରେ ଗୋଷ୍ଠି ଶିକ୍ଷା ଅଧିକାରଣୀ ରଶ୍ମିତା ନେତମ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏହି ଅବସର ରେ ବିଆରସିସି ତୋଫାନ ମାଝୀ, ନୋଡାଲ ସିଆରସି ବୈକୁଣ୍ଠ ଜାଲ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବାଲା ଠାକୁର ସମେତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଶିକ୍ଷା ରଥ ବ୍ଲକ ର ୨୨ ପଞ୍ଚାୟତ ସମେତ ୧୧ କ୍ଲଷ୍ଟର ପରିକ୍ରମା କରି ଶିକ୍ଷା ସଚେତନତା ସୃଷ୍ଟି କରିବ।