Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି ପ୍ରକ୍ରିୟା

ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଏତେ ପରିମାଣର ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

ପୂର୍ବରୁ ୧୫୬ ବସ୍ତା ଟଙ୍କା ଵଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଏକ ଟ୍ରକରେ SBIକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ? ଏନେଇ ତଦନ୍ତ କରିବା ସହିତ ଵଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି ।

ସୂଚନାଯୋଗ୍ୟ, ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ଆୟକର ବିଭାଗ ଗତ ୩ ଦିନ ମଧ୍ୟରେ ଜବତ କରିଛି ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା। ୧୫୭ଟି ବ୍ୟାଗରେ ଜବତ ଟଙ୍କାକୁ ଭର୍ତ୍ତି କରି ବ୍ୟାଙ୍କକୁ ଅଣାଯାଇଛି। ଆବଶ୍ୟକ ବ୍ୟାଗ ଅଭାବରୁ କେତେକ ସ୍ଥାନରେ ଟଙ୍କାକୁ ଅଖାରେ ଭର୍ତ୍ତି କରି ଟ୍ରକ ଯୋଗେ ବ୍ୟାଙ୍କରେ ପହଞ୍ଚାଯାଇଛି। ଜବତ ଅର୍ଥ ଗଣତି କାର୍ଯ୍ୟରେ ଲାଗିଥିବା ଟଙ୍କା ଗଣା ମେସିନ ଗରମ ହୋଇ ଅଚଳ ହୋଇ ଯାଇଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ