Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରବାହାଲ ଶାଇନିଂ ୱାଲ୍ଡ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ,ଶିକ୍ଷା ହିଁ ସଫଳ ମଣିଷ ହେବାକୁ ପ୍ରେରଣା ଯୋଗାଏ।

କୋକସରା:୧୦/୧୨ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଶାନ୍ତିନଗର ପଡା ଠାରେ ଥିବା ଶାଇନିଂ ୱାଲ୍ଡ ସ୍କୁଲର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଯୋଗଦେଇ ଦୀପ ପ୍ପ୍ରଜ୍ଜ୍ୱଳନ କରିବା ସହିତ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଛାତ୍ର ନେତ୍ରୀ ଅନମୋଲ ଅଙ୍କିତା ଯୋଗଦେଇ ନିଜ ଛାତ୍ରୀ ଜିବନ ର ଅନୁଭୂତି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ।ସମ୍ମାନୀୟ ଅତିଥି ଦେଭୋଗ ଛତିଶଗଡ ର ବ୍ଲକ ଅଧ୍ୟକ୍ଷା ନେହା ସିଙ୍ଗଲ, ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡା,ଶାଇନିଂ ୱାଲ୍ଡ ସ୍କୁଲ ସମ୍ପାଦକ ଶରତ ଦାସ, ଉପ ସଭାପତି ଦୈତାରି ନାଏକ,ଯୁଗ୍ମ ସମ୍ପାଦକ ବିଜୟ ଶବର,ପ୍ରବୀର୍ କୁମାର ଗୋଏଲ,ନରେଶ ଅଗ୍ରୱାଲ ମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଜୀବନ ରେ ଜଣେ ସଫଳ ମଣିଷ ହେବାକୁ ଶିକ୍ଷା ହିଁ ପଥ ପ୍ରଦର୍ଶକ ବୋଳି କହିଥିଲେ। ସୁଦିପ୍ତ ପୁରୋହିତ ଓ ରଚିୟତା ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ସ୍କୁଲର ଅଧ୍ୟକ୍ଷ ଇନ୍ଦ୍ର ସିଂ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସ୍କୁଲର ଛାତ୍ର ଛାତ୍ରୀ ମାନଂକ ଦ୍ଵାରା ମନୋରମ।ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଛାତ୍ରୀ ଅକସିକା ମୁଣ୍ଡ,ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଭଙ୍ଗି ସାହୁଙ୍କୁ ଷ୍ଟୁଡେଣ୍ଟ୍ ଅଫ ଦ ୟିଅର ଘୋଷଣା କରା ଯାଇଥିଲା।କାର୍ଯ୍ୟକ୍ରମ କୁ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ପରିଚଳନା ରେ ସହଯୋଗ କରିଥିଲେ।