Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ଜନ ଜାଗରଣ ରଥ କୁ କୋକସରା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା,ଓବିସି ଏକତା ପାଇଁ ଏକଜୁଟ ହେବାକୁ ଆହ୍ୱାନ।

କୋକସରା:୧୦/୧୨
ଓବିସି ବର୍ଗର ସାମ୍ବିଧାନିକ ହକ ଓ ସମାନୁପାତିକ ପ୍ରତିନିଧିତ୍ଵ ପାଇଁ ଜନ ଜାଗରଣ ଯାତ୍ରା ସମ୍ବିଧାନ ଦିବସ ରୁ ଝାରସୁଗୁଡା ଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର କଳାହାଣ୍ଡି ଜିଲ୍ଲାର ଶେଷ ସୀମା କୋକସରା ବ୍ଲକ ରେ ଅପରାହ୍ନ ୩ ଘଣ୍ଟା ରେ ପହଞ୍ଚିବା ପରେ ଓବି ସି ବର୍ଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ମହିଳା ମାନେ ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ସମାବେତ ଓବିସି ବର୍ଗ ର ଜନସାଧାରଣ ଏକ ଶୋଭାଯାତ୍ରା ରେ କୋକସରା ସହର ପରିକ୍ରମା କରି ଗୁଡାହାଣ୍ଡି ମଞ୍ଚ ରେ ପହଞ୍ଚି ଏକ ସାଧାରଣ ସଭା ଆୟୋଜନ ରେ ବ୍ଲକ ସଂଯୋଜକ ମାନସ ରଞ୍ଜନ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ସଙ୍ଗଠନ ର ସଭାପତି ଶଙ୍କର ପାତ୍ର,ଉପ ସଭାପତି ଇଂ.ପ୍ରଦୀପ ବେହେରା, ରାଜ୍ୟ ସମ୍ପାଦକ ସମରଜିତ ବେହେରା,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଯାଦବ ସମାଜ ଜିଲ୍ଲା ନାରିନେତ୍ରୀ ରଶ୍ମିରେଖା ରାଉତ, ପୂର୍ବତନ ଯାଦବ ସମାଜ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ, ଜିଲ୍ଲା ସଂଯୋଜକ ଡାକେଶ୍ୱର ଲହଜଳ, ଯୁବନେତା ତ୍ରିଭୁବନ ନାଏକ, ପୁରୁଷୋତ୍ତମ ଗୁପ୍ତା, ଶିଵ ପ୍ରସାଦ ପ୍ରଧାନୀ,ପଞ୍ଚକ ପୋଢ଼ ମଞ୍ଚ ରେ ଉପସ୍ଥିତ ରହି ଜନ ଗଣନା ସହ ଓବିସି ବର୍ଗ ର ଜାତି ଙ୍କୁ ସମସ୍ତ ପ୍ରକାର କ୍ଷେତ୍ରରେ ସରକାରୀ ସାମ୍ବଧାନିକ ଅଧିକାର ଦେବାକୁ ଦାବି କରିଥିଲେ। ମଞ୍ଚ କୁ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିବା ବେଳେ ଯାଦବ ସମାଜ ର ବ୍ଲକ ସଭାପତି ବିନୋଦ ବିହାରୀ ରାଉତ,ଯୁବ ଯାଦବ ସଭାପତି ଶରତ ଚନ୍ଦ୍ର ରାଉତ,ଶିକ୍ଷା ବିଦ ମିନିକେତନ ପ୍ରଧାନୀ, ଯୁବନେତା ଲିଙ୍ଗରାଜ ବେହେରା, ମାଝୀଗୁଡା ସରପଞ୍ଚ ମାମି ବାଗ,ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ପୂର୍ବତନ ସରପଞ୍ଚ ଲଡୁଗାଁ କଂହେଇ ଚରଣ ଦାସ,ସୁଶାନ୍ତ କୁମାର ବେହେରା, ମହେଶ ଗୁପ୍ତା, ମୋହିତ ରାଉତି, ସନ୍ତୋଷ ଦାସ, ମାନସ ରଞ୍ଜନ ପ୍ରଧାନୀ, ମୁକ୍ତେଶ୍ଵର ନାଗ, ଅଭିମନ୍ୟୁ ବାଗ, ନରେନ୍ଦ୍ର ପ୍ରଧାନୀ, ବୁଟୁନାଥ ସରାବୁ ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଓବିସି ବର୍ଗର ଜନସାଧାରଣ ଉପସ୍ଥିତ ରହିଥିଲେ।ପଞ୍ଚକ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories