ବାଲି ଚୋରା ଚାଲାଣ ବେଳେ ଧରାପଡିଲା: ଟ୍ରାକ୍ଟର ଜବତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ତହସିଲଦାର ଅର୍ଦ୍ଧନ ପ୍ରଧାନ ଚଢ଼ାଉ କରି ସାରଙ୍ଗଗଡ଼ ନିକଟରେ ଏକ ବାଲି ଚୋରା ଚାଲାଣ ଟ୍ରାକ୍ଟରକୁ ଜବତ କରି ୧୦୦୦୦/- ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ସାରଙ୍ଗଗଡ଼ର ଟ୍ରାକ୍ଟର ମାଲିକ ସଞ୍ଜୀବ ପାତ୍ର ଓଡି ୧୨ ଇ ୯୦୬୨ ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଉତ୍ତୋଳନ କରିଥ‌ିବା ଯୋଗୁଁ ସରକାରଙ୍କ ନିୟମାନୁସାରେ ସାରଙ୍ଗଗଡ଼ ରାଜସ୍ବ ନୀରିକ୍ଷକ କାହ୍ନୁଚରଣ ଦିଗାଲ ଓ ରାଜସ୍ବ ସହ ନୀରିକ୍ଷକ ମଳୟ କୁମାର ନାୟକ ଚଢ଼ାଉରେ ସହଯୋଗ କରି ଉକ୍ତ ଜୋରିମାନା ଆଦାୟ କରିଥିଲେ।