Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ରେ କ୍ରୀଡା ଉତ୍ସଵ ଉଦଘାଟନ।

କୋକସରା:୧୩/୧୨
କୋକସରା ବ୍ଲକ ବଙ୍ଗୋମୁଣ୍ଡା।ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବୁଧବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଉତ୍ସଵ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ସ୍କୁଲ ପଡ଼ିଆ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ କର ଙ୍କ ସଭାପତିତ୍ୱ ରେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କ୍ରୀଡା ଉତ୍ସଵ ଉଦଘାଟନ କରାଯାଇଛି। ଏହି ଅବସର ରେ ବିଧାୟକ ଶ୍ରୀ ବାଗ ଛାତ୍ରଛାତ୍ରୀ ମାନେ ପାଠପଢା ବ୍ୟତୀତ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗଭର ହୋଇ ଦକ୍ଷତା ପ୍ରତିପାଦନ ସହ ନିଜ ସ୍କୁଲ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ରାଜ୍ୟ ସରକାର ଛାତ୍ରଛାତ୍ରୀ ଙ୍କୁ ପ୍ରୋତ୍ସାହନ ପାଇଁ ଅନେକ ଯୋଜନା କରିଛନ୍ତି ବୋଳି କହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ୨ ଦିନ ଧରି କ୍ରୀଡା ଉତ୍ସଵ ରେ ହକି, ଫୁଟବଲ, ଭଳିବଲ, ଖୋକୋ, କବାଡି ଓ କ୍ରିକେଟ ଭଳି ଖେଳ ଆୟୋଜନ ହେବ।