Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗିପଲା ଠାରେ କ୍ଷେତ୍ର ଦିବସ …

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ମିଲେଟ୍ସ ମିଶନ ପ୍ରକଳ୍ପ ପକ୍ଷରୁ ରେଗଡା ପଞ୍ଚାୟତ ଯୋଗିପଲା ଠାରେ କ୍ଷେତ୍ର ଦିବସ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କୃଷିବିଭାଗ ଓଭରସିଅର ଅରୁଣ କୁମାର ପାଢୀ, ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ କୃଷି କର୍ମୀ ସୁରଜ ଶେଖର ସାହୁ,ୱାର୍ଡ ମେମ୍ବର ବିପ୍ର ସିଙ୍ଗ ଭୋଇ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ମିଲେଟ୍ସ ମିଶନ ପ୍ରକଳ୍ପର କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶସ୍ୟ ର ଚାହିଦା ଓ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା,ଅମଳ ବୃଦ୍ଧି, ଚାଷର ବିଭିନ୍ନ ପଦ୍ଧତି, ମଣ୍ଡି ର ବ୍ୟବସ୍ଥା ସହିତ ସରକାରୀ ସ୍ତରରେ ଏଥିପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ।ପରେ ପରେ ନିକଟସ୍ଥ ମାଣ୍ଡିଆ ଚାଷ କୁ ଚାଷୀ ମାନଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା।ମିଲେଟ୍ସ ମିଶନ ପ୍ରକଳ୍ପ ସିଆରପି ଜୀବର୍ଦ୍ଧନ ସାହୁ,ଧୁରାବନ ବାଗ, ବାଲ୍ମୀକି ଛତ୍ରୀଆ,କମଳ ସୁନା , କୃଷକ ସାଥି ଅଜୁ ରଣା, ସାମନ୍ତ ଦୀପ,କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ପରିଚାଳକ ନିର୍ଦେଶକ ତିରଞ୍ଜି ମେର୍ଲି,ନିର୍ଦେଶକ ଭୁପିନ୍ଦର ଚୋୖଧୁରୀ,ସ୍ୱେଚ୍ଛାସେବୀ ସତ୍ୟସାଇ ପଧାନ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁରୁ ଶତାଧିକ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ