Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣାଧୀନ ରାସ୍ତା ମରାମତି କାର୍ଯ୍ୟ ନିନ୍ମମାନ ର ଅଭିଯୋଗରେ ପ୍ରତିବାଦ କଲେ ଯୁବଗୋଷ୍ଠୀ ଓ ଗ୍ରାମବାସୀ।

କୋକସରା୧୪/୧୨ପ୍ରତି ଗ୍ରାମାଞ୍ଚଳକୁ ଗମନାଗମନ ରେ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ।ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଅନୁଦାନ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମିଶି ତୋର ଅଧେ କୁ ମୋର ଅଧେ ନୀତି ରେ ନିନ୍ମମାନ ର କାର୍ଯ୍ୟ କରି ସରକାରୀ ଅନୁଦାନ କୁ ଚଳୁ କରୁଥିବା ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ର ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ଓ ବରାଡୋଙ୍ଗା ପାତ୍ରବସା ଗ୍ରାମବାସୀ ମାନେ। ସୂଚନା ମତେ।ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୈନିକ ଠିକାସଂସ୍ଥା କୁ ଆମପାଣି ରୁ ବେହେରନଶୀଳ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ବିଭାଗୀୟ ଅଟକଲ ୩୫ ଲକ୍ଷ ୭୧ହଜାର ୭୫୮ ରେ କାର୍ଯ୍ୟାଦେଶ ହୋଇଥିବା ବେଳେ ଠିକାସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି।ତେବେ ରାସ୍ତା କାର୍ଯ୍ୟ ନିନ୍ମମାନ ର ହେଉଥିବା ନେଇ ଗୁରୁବାର ସ୍ଥାନୀୟ ଯୁବକ ସଙ୍ଘ ର ନୃପରାଜ ମାଝୀ, ସୀମାଞ୍ଚଳ ମାଝୀ, ଚନ୍ଦ୍ରଭାନୁ ମାଝୀ, ଦାମୋଦର ମାଝୀ, ନେତ୍ରମଣି ନାଗ, ବିଶ୍ବମ୍ବର ନାଏକ, ଭବନେ ନାଗ, ଦୁଲ୍ଲଭ ମାଝୀ, ମହେନ୍ଦ୍ର ନାଏକ, ଘନଶ୍ୟାମ ମାଝୀ ଓ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁସାରେ ଠିକାସଂସ୍ଥା ଇଷ୍ଟିମେଟ ଅନୁଯାୟୀ ପିଚୁ ପକାଇ ନିଜ କୁ ସୁହାଇଲା ଭଳି ରାସ୍ତା କାର୍ଯ୍ୟ କରୁଛନ୍ତି ଓ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ତାଙ୍କୁ ପ୍ରଶ୍ରୟ ଦେଉଥିବା ନେଇ ଅଭିଯୋଗ କରିଛନ୍ତି।ତେବେ ଏନେଇ କୋକସରା ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ଙ୍କ ପ୍ରତିକ୍ରିୟା ନେବାରୁ ଇଷ୍ଟିମେଟ ଅନୁସାରେ କାର୍ଯ୍ୟ ହେଉଛି କିଛି ଅନିୟମିତତା ହେଉନାହିଁ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ