Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକରୀଚଞ୍ଚରା ସଫେଇ ଓ ସଚେତନତା (ପଢିବ ଓଡିଶା ବଢିବ ଓଡିଶା,ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା)

କୋକସରା:୧୭/୧୨ ନୂଆ ଓ- ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକଳାପ କାର୍ଯ୍ୟକ୍ରମରେ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଲିଗଡ ଗ୍ରାମରେ ଏକ ସଚେତନତା ଅଭିଯାନ ମାଧ୍ୟମରେ ଗ୍ରାମ ଭ୍ରମଣ କରି ବୟସ୍କ ନିରକ୍ଷରମାନଙ୍କୁ  ସିଲଟ,ଖଡି ଓ ଛବିଳ ବର୍ଣ୍ଣବୋଧ ଦେଇ ପାଠ ପଡିବା ଓ ସଚେତନ ନାଗରିକ ହେବ ପାଇଁ ଉତ୍ସାହିତ କରାଯାଇଥିଲା। ଏହି ଗ୍ରାମର ଥିବା ଶିଶୁ ବିଦ୍ୟାର୍ଥିମାନମାନଙ୍କୁ  ଖାତା,କଲମ ଓ ଚକୋଲେଟ ବଣ୍ଟନ କରି ନିୟମିତ ବିଦ୍ୟାଳୟକୁ ଯାଇ ଅଧ୍ୟୟନ କରିବା ପାଇଁ ବୁଝାଯାଇଥିଲା। ପରେ ପରେ କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ଐତିହାସିକ ଓ କିମ୍ବଦନ୍ତୀରେ ଭରପୁର ଗୁଡହାଣ୍ଡି ଡୋକରୀଚଞ୍ଚରାର ସଫେଇ କରାଯାଇଥିଲା।ମନ୍ଦିର ପରିସର, ରାସ୍ତା ଓ ଡୋକରୀଚଞ୍ଚରା ସଫା କରିବା ସହ  ପିକନିକ ଋତୁରେ ଆସିଥିବା ଦର୍ଶନାର୍ଥୀମାନଙ୍କୁ ପଳିଥିନ ବ୍ୟବହାର ନକରିବା,ରୋଷେଇ ପରେ ପରିବେଶ ସଫା ରଖିବା,ଖଳିପତ୍ରକୁ ଅଳିଆ କୁଣ୍ଡରେ ଫିଙ୍ଗିବା ଉପରେ ସଚେତନ କରାଗଲା। କଲେଜର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ,ପିଇଟି ସୁରେନ୍ଦ୍ର କୁମାର ସାହୁ, ଗ୍ରନ୍ଥାଗାର ଫକୀର ଚଣ୍ଡି ଉପସ୍ଥିତ ଥିଲେ। ଡୋକରୀଚଞ୍ଚରା ଉନ୍ନୟନ କମିଟି କାର୍ଯ୍ୟକର୍ତ୍ତା, ଅଧ୍ୟାପକ ଅଈରୀ ନାଶନ ଚିନ୍ଦା, ସମାଜସେବୀ ଋତୁରାଜ ମାଝୀ, ଥୁଆମୁଲ ରାମପୁର କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା,କରଚଳା କଲେଜର ଅଧ୍ୟକ୍ଷ ଭାରତ ମୁଣ୍ଡ, ଅଧ୍ୟାପକ ତପନ କୁମାର ପଣ୍ଡା, ଆଧ୍ୟାତ୍ମସାମାଜିକ ପ୍ରେମୀ ଲକ୍ଷୀକାନ୍ତ ଖମାରୀ ସ୍ବେଚ୍ଛାସେବୀ ମାନଙ୍କୁ ଉଚ୍ଚ ପ୍ରଶଂସିତ କରିଥିଲେ।। ସାମାଜିକ କାର୍ଯ୍ୟକଳାପର ନୋଡାଲ ଅଫିସର ତଥା ଯୁବରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଷି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁରେନ୍ଦ୍ର ନାଏକ, ଅଶୋକ ଚଣ୍ଡି , ସାନୁର୍ଯ୍ୟ ଗୋପାଳ ସମେତ ମହାବିଦ୍ୟାଳୟ ଯୁବରେଡକ୍ରସ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ ଓ ସହଯୋଗ କରିଥିଲେ।