Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁରେ ଆମ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ।

କୋକସରା:୧୮/୧୨
କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ୧୦ ଦିନ ବ୍ୟାପି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆମ ଓ ଯୁବ ଓଡ଼ିଶା ଉଦଯାପିତ ହୋଇଯାଇଛି। କଲେଜ ର ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡା ଙ୍କ ସଭାପତତ୍ବରେ ଏବଂ ଅଧ୍ୟାପକ ସଞ୍ଜୟ ପୁରୋହିତ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧୀ ବାଗ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବେ ବୈଜ୍ଞାନିକ ଡ. ସୁନିତି ପୁରୋହିତ, ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ବରପୁତ୍ର ବନମାଳି ମାଝୀ, ଓ ସମାଜସେବୀ ପ୍ରଫୁଲ୍ଲ ମାଝୀ ଯୋଗଦେଇ ୧୦ ଦିନ ମଧ୍ୟରେ ଆୟୋଜିତ କ୍ରୀଡ଼ା, ସାଂସୃତିକ ଓ ସାମାଜିକ ସଚେତନତାର ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ। ପରିଚୟ ପ୍ରଦାନ ପ୍ରଶାନ୍ତ ଯୋଷୀ କରିଥିବା ବେଳେ ଅଧ୍ୟାପକ ପ୍ରେମାନନ୍ଦ ସାହା ଉଦେଶ୍ୟ ଜ୍ଞାପନ କରିଥିଲେ ବିରେନ୍ଦ୍ର ନାରାୟଣ ଦାସ ଓ ଭାରତ ଭୁଷଣ ଠାକୁର ସାଂସ୍କୃତିକ କାର୍ଯ୍ୟକ୍ରମପରିଚାଳନା କରିଥଲେ। ୧୪ ଗୋଟି କ୍ରୀଡ଼ା ପ୍ରତିଯୋଗିତା ସହ କ୍ରିକେଟ୍, କବାଡି, ଭଲିବଲ୍, ବେଡ଼ ମିଣ୍ଟନ , ପୁଚି, ଦୌଡ଼ିଡିଆ, ହାଣ୍ଡିଫାଟ। ,ଝୋଟି, ଲକ୍ଷଭେଦ ଆଦି ପ୍ରତିଯୋଗିତା ଆୟୋଜିତ ସହ ପ୍ଳାଷ୍ଟିକ ମୁକ୍ତ ସଚେତନତା ସଭାଯତ୍ରା ସହ ଲଡୁଗାଁରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭିନ୍ନ ଦିବସରେ କ୍ରୀଡ଼ାବିତ ହେମନ୍ତ ସାହୁ, ଭାଗବତ କଟା, ଦିବାକର ଦୁର୍ଗା, କମରୁଲାଲ ଗୋୟଲ୍, କ୍ଷେତ୍ରମୋହନ ମାଝୀ, ସୁବାଷ ମାଝୀ, ମୋହନ ଦାସ, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କ ପ୍ରତିଭାର ବିକାଶ ହେଇପାରିବ ବୋଲି ମତ ଦେଇଥିଲେ। ଅଧ୍ୟାପକ ସତ୍ୟ ହଂସ, ଗୀତାଞ୍ଜଳି ରାଉତ, ବିଭଞ୍ଜନ ସାହୁ, ଭାଗବତ କଟା, ଦିବାକର ଦୁର୍ଗା, ତୁଳସୀ ନାୟକ ଭାନୁମତୀ ମାଝୀ, କିଶନ ଧ. ମାଝୀ, ମୁନା ଦାସ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ। ପୁରାତନ ଛାତ୍ର ସଂସଦର ଶ୍ରୀକାନ୍ତ ଦାସ, ଜିତେନ୍ଦ୍ର ଦାସ, ପ୍ରେମ୍ ସାହୁ, ସନ୍ତୋଷ ଦାସ, ଆଦିତ୍ୟ ଦାସ, ରବି ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥଲେ। ଏହି ଅବସରରେ ଅତିଥି ତଥା କଲେଜର ଭୂମିଦାତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବଦ୍ଧନାଦିଆଯାଇଥିଲା ।