Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀ ଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ।

କୋକସରା:୧୮/୧୨ କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ରେ ଗ୍ରାମ ର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ବିଧି ଅନୁସାରେ ରବିବାର ପାଳନ କରାଯାଇଛି। ଦେବୀ ଙ୍କ ପୁଝାରି ସୁକଚନ ମାଝୀ, ଧନୁର୍ଯ୍ୟ ମାଝୀ ସକାଳୁ ରୀତିନୀତି ଓ ପରମ୍ପରା ଅନୁଯାୟୀ ମା ଲଙ୍କେଶ୍ୱରୀ ଙ୍କ ପୂଜାର୍ଚ୍ଚନା ପରେ କନ୍ଦାଗଡ଼ ଓ ନୂଆଗାଁ ରୁ ଦେବୀ ଠାକୁରାଣୀ, ମା ମାନ ପୁରିଆଣି,ମା ଛୋଟୀ ଗୋଟେନ ଙ୍କ ଲାଠିକୁର୍ସି ଆସି ପହଞ୍ଚିବା ପରେ ସମବେତ ଦେବୀ ଙ୍କ ଲାଠିକୁର୍ସି ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରି ପୁଣି ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହ ନିଜର ମାନସିକ ପୁରଣ ପାଇଁ ଦେବୀ ଙ୍କ ଶରଣାପନ୍ନ ହୋଇ ଶୁକ୍ଲଭୋଗ ଓ ରକ୍ତ ଭୋଗ ଅର୍ପଣ କରିଥିଲେ। ଏହି ଅଵସର ରେ ଏକ ମଣ୍ଡେଇ ହାଟ ଦେବୀ ଙ୍କ ମନ୍ଦିର ନିକଟରେ ବସିଥିଲା। ରାତିରେ ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା,ସମିତି ସଭ୍ୟ ବରାଡୋଙ୍ଗା ପଞ୍ଚାୟତ ଗୁପ୍ତେଶ୍ଵର ବାଗ, ସାମାଜିକ କର୍ମି ମନୋରଞ୍ଜନ ବାଣୁଆ,ପଙ୍କଜ ମୁଖ ଚୌଧୁରୀ,ସୋନୁ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିବାବେଳେ ପୂଜା କମିଟିର ସଭାପତି ପ୍ରଭାକର ନାଏକ, ସମ୍ପାଦକ ଭୋଳାନାଥ ମାଝୀ,ସୁଭାଷ ଅଗ୍ରୱାଲ,ଭୁବନେଶ୍ୱର ବାଗ, ବଳରାମ ଦୁର୍ଗା,ଗୋବର୍ଦ୍ଧନ ମାଝୀ, ଧରିତ୍ରୀ ବାଗ,ଡାଲିମ୍ବ ବାଗ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।