Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବାହାର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

କୋକସରା:୧୮/୧୨ କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସଵ ର ଅବ୍ୟାହତ ପୂର୍ବରୁ ଛାତ୍ରଛାତ୍ରୀ ମାନେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ତତ୍ୱାବଧାନ ରେ ମଶାଲ ଯାତ୍ରା ରେ ଆସି ସ୍କୁଲ ର ଖେଳ ପଡ଼ିଆ ରେ ଆଣି ପହଞ୍ଚିବା ପରେ ଉପସ୍ଥିତ ଅତିଥିମାନେ ସେମାନଙ୍କୁ ସ୍ୱାଗତ କରି କ୍ରୀଡା ଦିବସ ର ପତାକା ଉତ୍ତୋଳନ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା ଉପସ୍ଥିତ ରହି କ୍ରୀଡା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ମାନସିକ ସନ୍ତୁଳନ ରଖିବା ସହ ଖେଳକୁଦ ରେ ସଫଳତା ନିଜ ସ୍କୁଲ, ବ୍ଲକ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବାରେ ମଧ୍ୟ ସହାୟକ ହୋଇଥାଏ ବୋଳି କହିବା ସହ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ପରେ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କ୍ରୀଡା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର କ୍ରୀଡା ଉତ୍ସଵ ର ଉଦଯାପନି କାର୍ଯ୍ୟକ୍ରମ ରହିଥିବା ନେଇ ନୋଡାଲ ପିଇଟି ଅମିତ କୁମାର ମହାନ୍ତି ସୂଚନା ଦେଇଛନ୍ତି।