Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ.ନୂଆଗାଁ ବ୍ଳକରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଓ ବାଲିଗୁଡା ପିଏଆଇଟିଡିଏ କୃପାସିନ୍ଧୁ ବେହେରାଙ୍କ ଉପସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବ୍ଲକର ୧୪ଟି ପଞ୍ଚାୟତର ଜନସାଧାରଣଙ୍କ ଠାରୁ ମୋଟ ୭୩ ଟି ଅଭିଯୋଗର ଶୁଣାଣି ହୋଇଥିଲା। ଉକ୍ତ ଅଭିଯୋଗରୁ ୬୯ ଟି ବ୍ୟକ୍ତିଗତ ହୋଇ ଥିବା ବେଳେ ୪ ଟି ସାମୁହିକ ଅଭିଯୋଗ ଥିଲା। ଏହାସହ ବିଜୁ ପକ୍କା ଘର,ରାସନ୍ କାର୍ଡ ଓ ଭତ୍ତା ପ୍ରଦାନ ଭଳି ଅନେକ ଆବେଦନ ଆସିଥିଲା। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ, ସିଡିଏମଓ ଡା.ମନୋଜ କୁମାର ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ଡିଏସଡବ୍ଲୁଓ ସରୋଜ ବାଳା ମହାପାତ୍ର, ଡିସିପିଓ ରଶ୍ମିତା କରନ ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କ.ନୂଆଗାଁ ବ୍ଲକ ବିଡ଼ିଓ ମନ୍ମଥ ନାଥ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ତହସିଲଦାର ଅର୍ଜ୍ଜୁନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଶୋଭମ ମହାପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରକାଶ କୁମାର ସେଠୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା,ସିଡିପିଓ ଦ୍ରୌପଦୀ କହଁର,ବିଇଓ ପ୍ରମୋଦ କୁମାର ମଲ୍ଲିକ,ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଅଧିକାରୀ ରବି ନାରାୟଣ ଭୂୟାଁ,ସିପି ରାକେଶ କୁମାର ସାହୁଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଶୁଣାଣୀ କାର୍ଯ୍ୟକ୍ରମରେ ସ‌ହଯୋଗ କରିଥିଲେ।