Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଡୁଙ୍ଗୁରିଗୁଡା ରେ ମାଣ୍ଡିଆ ଅମଳ ଉଛବ ପାଳିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ମିଲେଟ୍ସ ମିଶନ ପ୍ରକଳ୍ପ ପକ୍ଷରୁ ଗଜବାହାଲ ପଞ୍ଚାୟତ ବଡ ଡୁଙ୍ଗୁରିଗୁଡା ଠାରେ ମାଣ୍ଡିଆ ଅମଳ ଉତ୍ସବପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ସହକାରୀ କୃଷି ଅଧିକାରୀ କୁମାର ଚିରଞ୍ଜିବୀ, ବରିଷ୍ଠ ଖବରଦାତା କମ୍ବୁ ପାଣି ମିଶ୍ର, ସତ୍ୟ ନାରାୟଣ କୁମାର,ସ୍ଥାନୀୟ ସରପଞ୍ଚ ଅରବିନ୍ଦ ଗହୀର,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସିଡ଼ିପିଓ ଜି.ଗୂଡ଼ଲା,ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମିନା କୁମାରୀ ନାଏକ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶଷ୍ୟ ଚାଷ କରି ଲାଭବାନ ହେବା ସହ ଦୈନନ୍ଦିନ ଖାଦ୍ୟ ରେ ମିଲେଟ୍ସ କୁଖାଦ୍ୟ ରୂପେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସଫଳ ମାଣ୍ଡିଆ ଚାଷୀ,ସ୍ୱୟଂ ସହାୟକ ଗୋଷ୍ଠୀ ତଥା ସି ଆର ପି ମାନଙ୍କୁ ସମ୍ମାନିତ କରିବା ସହ ମାନ ପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଏବିପିସି ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ସି ଆର ପି ଭାନୁମତି ପ୍ରଧାନ,ବାଲ୍ମୀକି ଛତ୍ରୀଆ,ଜୀବର୍ଧନ ସାହୁ,ଧୁରାବନ ବାଗ, କମଳ ସୁନା,ହିସାବ ରକ୍ଷକ ସନାତନ କରୁଆଁ ଙ୍କ ସମେତ ବଡ଼ ଡୁଙ୍ଗୁରିଗୁଡା ଗ୍ରାମର ସମସ୍ତ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ଫେଡରେସନ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ