Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ରିଷିଡା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଅଫିସ ଘେରାଉ କରାଯିବା ସହିତ ରାଜ୍ୟ ପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ମଣ୍ଡଳ ସଭାପତି ସଞ୍ଜୟ କୁମାର ଜୈନ ଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ରିଷିଡା ବିଜେପି କାର୍ଯ୍ୟାଳୟ ରୁ ଶୋଭାଯାତ୍ରାରେ ବାହାରି ଆର ଆଇ ଅଫିସ ରେ ପହଞ୍ଚି ଥିଲେ।ଏଥିରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣା ମହାପାତ୍ର, ଉପ ସଭାପତି ଅନିରୁଦ୍ଧ ପଧାନ, ମଣ୍ଡଳ ପ୍ରଭାରୀ ଘନ ଶ୍ୟାମ ଗହୀର, ସାଂସଦ ବ୍ଲକ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ଜିଲ୍ଲା ହରିଜନ ମୋର୍ଚ୍ଚା ସଭାପତି ଗଣେଶ କୁମାର, ହରିଜନ ମୋର୍ଚ୍ଚା ଉପ ସଭାପତି ଦୈତ୍ୟ ରାମ ସୁନା,ଜିଲ୍ଲା ସମ୍ପାଦିକା ପ୍ରଭାତୀ ଭୋଇ, ହରିଜନ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟା ପୁଷ୍ପକାନ୍ତି କୁମାର ,ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ ଓ ଶୁଶୀଳ ସାହୁ,ଜିଲ୍ଲା କାର୍ଯକରିଣୀ ସଭ୍ୟ ଦିବାକର ବାଗ,ସିତାରାମ ନାଏକ,ନବୀନ ରଣା,ହିମାଂଶୁ ରଣା, ରଶ୍ମିରଞ୍ଜନମିଶ୍ର, ଯୁବ ନେତା ଗୁଣ ନିଧି ସାହୁ, ପ୍ରଶାନ୍ତ ରଣା, ପିତାମ୍ବର ମଟାଲି,ବିସିକେଶନ ସେଠି ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।ଏହା ପରେ ରାଜ୍ୟ ପାଳ ଙ୍କ ଉଦେଶ୍ୟ ରେ ରାଜସ୍ୱ ନିରୀକ୍ଷକ ଗିରିଜା ସାହୁ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ ରିଷିଡା ଫାଣ୍ଡି ଅଧିକାରୀ ବିପିନ ବିହାରୀ ମିଶ୍ର ଙ୍କ ନେତୃତ୍ୱରେ ସଦଳ ବଳେ ମୁତୟନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ