Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗପକ୍ଷରୁ ପ୍ରକାଶିତ ମାର୍ଗ ଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଯୁବ ବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ଯୋଗ୍ୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହିକ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହିକ୍ରମରେ ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ପରାମର୍ଶରେ ନୋଡାଲ ଅଫିସର ଅଧ୍ୟାପକ ଗିରିରାଜ ଗହୀରଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଏକ ସଚେତନତା ରାଲି ମାଧ୍ୟମରେ ରିଷିଡା ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା, ନାରୀ ଶିକ୍ଷା, ପ୍ଲାଷ୍ଟିକ ବର୍ଜନ, ମଦ ବିରୋଧୀ, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ ଓ ରିଷିଡ଼ା ସ୍ଥିତ ପ୍ରାଥମିକ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନିଲାମ୍ବର ପାତ୍ର, କ୍ରୀଡା ଶିକ୍ଷକ ଲଳିତ କୁମାର ଦାସ, ଚିନ୍ମୟ ରଣା,ଯୋଗେନ୍ଦ୍ର ବେହେରା,ପାଣ୍ଡବ ହରିଜନ, କଳ୍ପନା ରଣା ପ୍ରମୁଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ