Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁଡ଼ଙ୍ଗରି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ।

କୋକସରା:୧୯/୧୨ କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ କେନ୍ଦୁ ଡ଼ଙ୍ଗରି ଉଚ୍ଚ ବିଦ୍ୟାଳୟ ରେ ଚଳିତ ବର୍ଷ ର ବାର୍ଷିକ କ୍ରୀଡା ଉତ୍ସଵ ସୋମବାର ଉଦଘାଟିତ ହୋଇଥିବା ବେଳେ ମଙ୍ଗଳବାର କ୍ରୀଡା ଉତ୍ସଵ ଉଦଯାପିତ ହୋଇ ଯାଇଛି। ଉଦଘାଟନ କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଆଶୁତୋଷ ସରାଫ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ବିଆରସିସି ତୋଫାନ ମାଝୀ,ସମ୍ମାନିତ ଅତିଥି ଭାବେ ସିଏଚଓ ବରାଡୋଙ୍ଗା ପ୍ରିୟଙ୍କା ସେନାପତି,ଏସଏମଡିସି ସଭାପତି ହେମନ୍ତ କୁମାର ନାଏକ ଉପସ୍ଥିତ ରହି କ୍ରୀଡା ଉତ୍ସଵ କୁ ଉଦଘାଟିତ କରିଥବା ବେଳେ ଶିକ୍ଷକ ସତ୍ୟ ସୁନ୍ଦର ପାଣିଗ୍ରାହୀ ଅତିଥୀ ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।ପରେ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର କ୍ରୀଡା ଉତ୍ସଵ ର ଦ୍ୱିତୀୟ ଦିନ ର ଉଦଯାପନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଦୟାନିଧି ପାଢ଼ୀ,ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ନାଏକ ଉପସ୍ଥିତ ରହି ଅନୁଷ୍ଠିତ ହୋଇଥିବା ବିଭିନ୍ନ ବର୍ଗର ଖେଳକୁଦ ରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରୁସ୍କୃତ କରିଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ରେ ଶରତ ଚନ୍ଦ୍ର ଭାଇସାଲ ଓ ସତ୍ୟ ସୁନ୍ଦର ପାଣିଗ୍ରାହୀ କରିଥିବା ବେଳେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଦ୍ଵି ଦିବସିୟ କ୍ରୀଡା ଉତ୍ସଵ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ