Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ୱ ଗ୍ରାମ ପାଇଁ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଖୁରସେଲଗୁଡା ଗ୍ରାମବାସୀ।

କୋକସରା:୨୦/୧୨ କୋକସରା ବ୍ଲକ ଟେମରା ପଞ୍ଚାୟତ ଅଧୀନରେ ଥିବା ଖୁରସେଲଗୁଡା ଗ୍ରାମକୁ ସ୍ୱତନ୍ତ୍ର ରାଜସ୍ବ ଗ୍ରାମ ଘୋଷଣା କରିବା ଦାବି ରେ ବୁଧବାର ଖୁର ସେଲ ଗୁଡା ଗ୍ରାମବାସୀ ମାନେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ରାଜସ୍ବ ଗ୍ରାମ ପାଇଁ ସରକାରୀ ନିୟମ ମୁତାବକ ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିବା ଦର୍ଶାଇବା ସହ ରାଜସ୍ବ ଗ୍ରାମ ଘୋଷଣା କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ସମୟରେ ଲିଙ୍ଗରାଜ ଲଦୁଆ, ଶ୍ୟାମ ପାଳି,କୋକିଳ ପରାଭୋଇ ସୁରେନ୍ଦ୍ର ପାଳି,ଭୁପେନ୍ଦ୍ର ପୁଝାରି,ଚନ୍ଦ୍ର ଧ୍ଵଜ ପୁଝାରି, ସୋମନାଥ ସାହୁ,ସରସ୍ୱତୀ ପୁଝାରି,କସ୍ତୁରୀ ଲଦୁଆପ୍ରମୁଖ ଉପସ୍ଥିତ ରହି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ତହସିଲଦାର ଙ୍କ ପ୍ରତିକ୍ରିୟା ନେବାରୁ ଗ୍ରାମବାସୀ ଙ୍କ ଦାବି କୁ ନେଇ ରାଜସ୍ବ ବିଭାଗ କୁ ପଠାଇବା ପରେ ଯୋଗ୍ୟ ବିବେଚିତ ହେଲେ ଆଗକୁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି।