Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନାବୃଷ୍ଟି ଜନିତ ଚାଷ କ୍ଷତିପୂରଣ ଦାବି କଲେ ଘଣ୍ଟିଗୁଡା ରାଜସ୍ୱ ଚାଷି, ତହସିଲଦାର ଙ୍କୁ ଦାବିପତ୍ର।

କୋକସରା:୨୦/୧୨ ଚଳିତ ବର୍ଷ କୋକସରା ବ୍ଲକ ର ଅନେକ ପଞ୍ଚାୟତ ରେ ଅନାବୃଷ୍ଟି କାରଣରୁ ମରୁଡି ପରିସ୍ଥିତି ଦେଖାଦେଇଛି, ତନ୍ମଧ୍ୟରୁ ବ୍ଲକ ର ମହିମା ପଞ୍ଚାୟତ ଘଣ୍ଟିଗୁଡା ରାଜସ୍ୱ ଗ୍ରାମ ଅଧୀନରେ ଥିବା ଚାଷି ମରୁଡି ର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ ମଧ୍ୟ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ଏହି ଅଞ୍ଚଳ ର ଚାଷୀମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାଜସ୍ବ ବିଭାଗ ପକ୍ଷରୁ କୌଣସି।କ୍ଷୟକ୍ଷତି ଆକଳନ ହୋଇନାହିଁ, ଫଳ ସ୍ୱରୂପ ବୁଧବାର ଘଣ୍ଟିଗୁଡା ଗ୍ରାମ ର ଚାଷି ମାନେ ୩ ଦଫା ଦାବି ନେଇ ପୁଣିଥରେ କୋକସରା ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ କ୍ରପ କଟିଂ ମହିମା ପଞ୍ଚାୟତ ସହ ସଂଲଗ୍ନ ନକରି ଘଣ୍ଟିଗୁଡା ରାଜସ୍ବ ଗ୍ରାମ କୁ ସ୍ୱତନ୍ତ୍ର ଶସ୍ୟ କଟା ଅନୁପାତ ଧାର୍ଯ୍ୟ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ,ପ୍ରଧାନମନ୍ତ୍ରୀ ଫସଲ ବୀମା ରେ ଅନେକ ଚାଷି ଅନ ଲାଇନ କରି ପାରି ନାହାଁନ୍ତି, ଚାଷ ର ସର୍ବେକ୍ଷଣ କରି ଫସଲବୀମା ଶତ ପ୍ରତିଶତ ଦିଆଯାଉ, ଗଜା ମରୁଡି ବାବଦ ରେ ଏକଡ଼ ପିଛା ୧୫ ହଜାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି ନଚେତ ଆଗାମୀ ଦିନରେ ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ଚାଷୀ ସମୂହ ମଧୁବନ ପାତ୍ର, ପିତାମ୍ବର ଦଣ୍ଡସେନା, ବଳଭଦ୍ର ଧ. ମାଝୀ,ୱାର୍ଡ଼ ସଭ୍ୟ ହରିହର ବାଗ, ନେତ୍ର ନାଏକ, ତରୁ ଚଣ୍ଡି, ଜୟସିଂ ଧ. ମାଝୀ,ସମ୍ଭୁ ଧ. ମାଝୀ, ଗିରିଧର ଧ.ମାଝୀ, ବଳରାମ ଧ. ମାଝୀ ଓ ଶତାଧିକ ଚାଷି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ