Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ; ଭଙ୍ଗାଯାଉ ତାଜମହଲ

ନୂଆଦିଲ୍ଲୀ: ଏବେ ସବୁଆଡେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେହି ସମୟରେ ଆସାମରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଜଣେ ନେତା ତାଜମହଲକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ତାଜମହଲକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ବିଧାୟକ ରୂପଜ୍ୟୋତି କୁର୍ମୀ କହିଛନ୍ତି ଯେ ତାଜମହଲ ପ୍ରେମର ପ୍ରତୀକ ନୁହେଁ, ମୁଁ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଜମହଲ ଭାଙ୍ଗିବାକୁ ଅନୁରୋଧ କରୁଛି।

କେବଳ ତାଜମହଲ ନୁହେଁ କୁତବ୍‌ ମିନାର ମଧ୍ୟ ଭାଙ୍ଗିବା କଥା ଉଠାଇଛନ୍ତି ବିଜେପି ବିଧାୟକ ରୂପଜ୍ୟୋତି କୁର୍ମୀ। ସେ କହିଛନ୍ତି, ମୋଗଲ ସମ୍ରାଟ ଶାହ୍‌ ଜାହାନ ତାଙ୍କ ପତ୍ନୀ ମୁମ୍‌ତାଜଙ୍କୁ ପ୍ରକୃତରେ ଭଲ ପାଉଥିଲେ କି ନାହିଁ ଏହାର ଏକ ଅନୁସନ୍ଧାନ ହେବା ଉଚିତ। ସେ ଆହୁରି କହିଛନ୍ତି ଯେ ଯଦି ସେ ମୁମ୍‌ତାଜଙ୍କୁ ଭଲ ପାଉଥିଲେ ତେବେ ତାଙ୍କ ମୃତ୍ୟୁ ପରେ ଆଉ ତିନୋଟି ବିବାହ କାହିଁକି କରିଥିଲେ?

ବାସ୍ତବରେ, ମୋଗଲମାନେ ୧୫୨୬ ମସିହାରେ ଭାରତ ଆସିଥିଲେ, ଯାହା ପରେ ନିର୍ମାଣ ହୋଇଥିଲା ତାଜମହଲ। ଶାହ ଜାହାନ ତାଙ୍କର ଚତୁର୍ଥ ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ। ଶାହ୍‌ ଜାହାନ ମୋଟ ୭ ବିବାହ କରିଥିଲେ। ରୂପଜ୍ୟୋତି କୁର୍ମୀ କହିଛନ୍ତି, ମୁଁ ତାଜମହଲ ଏବଂ କୁତବ୍‌ ମିନାରକୁ ତୁରନ୍ତ ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି। ଏହାକୁ ଭାଙ୍ଗି ସେହି ସ୍ଥାନରେ ଦୁନିଆର ସବୁଠାରୁ ସୁନ୍ଦର ମନ୍ଦିର ନିର୍ମାଣ ଲାଗି କହିଛନ୍ତି ବିଧାୟକ ରୂପଜ୍ୟୋତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ