Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚାରବାହାଲ୍ ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ।

କୋକସରା:୨୧/୧୨
ଜୁନାଗଡ଼ ବ୍ଲକ ଚାରାବାହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଘଣ୍ଟା ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରଜତ ଜୟନ୍ତୀ ସ୍କୃତିସ୍ତମ୍ଭ ର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ରାଜେନ୍ଦ୍ର କୁମାର ପଟ୍ଟଯୋଷି, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜିଲ୍ଲା ସଂଘଚାଳକ ନବକିଶୋର ପାଢ଼ୀ ଶିଶୁମନ୍ଦିର ଚାରବାହାଲ ଅଧ୍ୟକ୍ଷ ହିମାଂଶୁ ଶେଖର ଅଗସ୍ତି ମଞ୍ଚାସୀନ ଥିଲେ। ଅପରାହ୍ନ ରୁ ଦ୍ଵିତୀୟ ଅଧିବେଶନ ଆରମ୍ଭ ହେଇଥିବା ବେଳେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଶିଶୁ ମନ୍ଦିର ଉନ୍ନତି ପାଇଁ ପାଣ୍ଠି ଦାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀୟ ଅତିଥି ଭାବରେ ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡା,ମୁଖ୍ୟବକ୍ତା ଭାବରେ ଜୟନାରାୟଣ ବାବୁ, ବିଦ୍ୟା ମନ୍ଦିର ସମ୍ପାଦକ ଆଶୁତୋଷ ପଣ୍ଡା ମଞ୍ଚାସିନ ଥିଲେ। ଖେଳ,ସଙ୍ଗୀତ ଚିତ୍ରାଙ୍କନ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ।ଏହି ଅବସରରେ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଘୁମୁରା ଏବଂ ବନାବାଡ଼ି ନୃତ୍ୟ ଚିତ୍ତାକର୍ଷକ ହୋଇଥିବାବେଳେ ସେମାନଙ୍କ ଦ୍ଵାରା ପରିବେଷଣ ହୋଇଥିବା ରାଜା ହରିଶ୍ଚନ୍ଦ୍ର ନାଟକ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା। ଗୁରୁଜୀ ଜ୍ୟୋତି ରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଗୁରୁଜୀ ସୁଶାନ୍ତ କୁମାର ମୁଣ୍ଡ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଅଧ୍ୟକ୍ଷ ହିମାଂଶୁ ଶେଖର ଅଗସ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା କମିଟି ର ସଭ୍ୟ ତଥା ଅବିଭାବକ ମାନେ ଏହି କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ।