Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ମ୍ୟାଚ ରେ ଦର୍ଲିପଡା ଟିମ ବଜୟୀ।

କୋକସରା(ଆପ୍ର)୨୧/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମ ର ଖେଳ ପଡ଼ିଆ ରେ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି |ଗ୍ରାମାଞ୍ଚଳରେ ଲୁକାୟିତ ଥିବା ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଗତବର୍ଷ ଠାରୁ ଏହି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଇ ଆସୁଅଛି। ଚଳିତ ବର୍ଷ ୧୬ ଟିମ କୁ ସାମିଲ କରାଯାଇଛି |ଗୁରୁବାର ଦିନ ଉଦଘାଟନି ର ପ୍ରଥମ ମ୍ୟାଚ ରେ ଦର୍ଲିପଡା ଓ ନୂଆଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ନୂଆଗୁଡ଼ା ଟିମ ପ୍ରଥମେ ବ୍ୟାଟିଂ କରି ୯ ଓଭର୍ ରେ ୩୮ ରନ ସଂଗ୍ରହ କରି ସମସ୍ତ ଖେଳାଳି ଆଉଟ ହୋଇଥିଲେ |ଜବାବ ରେ ଦର୍ଲିପଡା ୪ ରେ କୌଣସି ୱିକେଟ ନ ହରାଇ ମ୍ୟାଚ ଜିତି ଯାଇଥିଲେ |ଏହି ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଆମପାଣି ଥାନା ଭାରପ୍ରାପ୍ତ ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ସମ୍ମାନୀତ ଅତିଥି ଭାବେ କୋକସରା ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ରାଜେଶ ପରିଡା, ପୂର୍ବତନ ସରପଞ୍ଚ ଭିକାରୀ ମାଝୀ, ସାମ୍ବାଦିକ ଚକ୍ରଧର ବେଶ୍ରା, ବସନ୍ତ କୁମାର ସରାବୁ ପ୍ରମୁଖ ଉପସ୍ଥିତ ଥିଲେ |ଖେଳ ପରିଚାଳନା ଲକ୍ଷ୍ମୀ ମାଝୀ ଓ ବସନ୍ତ କୁମାର ସରାବୁ କରିଥିବା ବେଳେ ସ୍କୋର ବୋର୍ଡ ସୁନୀଲ ମାଝୀ ସମ୍ଭାଳି ଥିଲେ |ଟୁର୍ଣ୍ଣାମେଣ୍ଟ ର ପରିଚାଳନା ଭାବେ ପିଙ୍କୁ କୋଚିଆ, ବିଶାଳ ସରାବୁ, ତୁଷାର ନାଏକ, ମଣ୍ଟୁ କୋଚିଆ, ଶୁକୃ ନାଗ, ଗଣେଶ ନାଏକ, କୁମୁଦ ମାଝୀ, ବବଲୁ ମାଝୀ, ଶିବା ବେମାଲ, ସହଯୋଗ କରିଥିବା ବେଳେ ଧାରା ବିବରଣୀ କାନ୍ତ ରାଉତ ପ୍ରଦାନ କରିଥିଲେ |