Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ- ଓ ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ- ଓ ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି।ଏଥିରେ ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ ଙ୍କ ସଭାପତି ତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ରିଷିଡା ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ, ଯୁବଶିଳ୍ପପତି ବିଭୁପ୍ରସାଦ ସାହୁ, ବିଡିଓ ସୁଚରିତା ମୁଗ୍ରୀ ପ୍ରମୁଖ ଯୋଗ ଦେଇ ଯୁବଶକ୍ତି ର ବିକାଶ ପାଇଁ ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିବା ସହ ଛାତ୍ରୀ ଛାତ୍ର ମାନେ କିଭଳି ଜଣେ ଭଲ ମଣିଷ ହେଇପାରିବେ,ସେ ଦିଗରେ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସର ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀ ତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅଧ୍ୟାପକ ଗଗନ ବିହାରୀ ମହାପାତ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିରେନ୍ଦ୍ର କୁମାର ସାହୁ, ଶିବାଜୀ ବାରିକ,ପିତାମ୍ବର ସାହୁ,ଅଧ୍ୟାପିକା ଜ୍ୟୋତି ମାଳା ରାଉତ, ରାଜ କିଶୋର ରଣା, ଧ୍ରୁବ ଚରଣ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।