Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଠାରେ କମ୍ ବୟସ ର ବିବାହ କୁ “ନା” କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି, ୨୨/୧୨ (ଜଗନ୍ନାଥ ନାଏକ) : ଲୋକଙ୍କ ମାନସିକତା ପରିବର୍ତ୍ତନ ସହ ସମାଜର ସବୁ ବର୍ଗର ଲୋକ ଏକାସାଙ୍ଗରେ ଆଗେଇ ଆସିଲେ କମ୍ ବୟସର ବିବାହକୁ ବନ୍ଦ କରାଯାଇ ପାରିବ ବୋଲି ଭବାନୀପାଟଣା ଠାରେ ଆୟୋଜିତ କର୍ମଶାଳା ରେ ମତ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଂଗଠନ “କର୍ତ୍ତବ୍ୟ” ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଭବାନୀପାଟଣା ସ୍ଥିତ ପ୍ଲାନିଙ୍ଗ କନଫରେନ୍ସ ହଲ ଠାରେ କମ୍ ବୟସର ବିବାହକୁ କେମିତି ବନ୍ଦ କରାଯାଇ ପାରିବ ସେ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। କର୍ମଶାଳାଟିକୁ ଶ୍ରୀକାନ୍ତ ଦଳେଇ, ଡେପୁଟି ଡାଇରେକ୍ଟର ପ୍ଲାନିଙ୍ଗ ଓ ମନିଟରିଙ୍ଗ ଉଦଘାଟନ କରିଥିବା ବେଳେ ଦୁଲାଲ ସେନାପତି ସହ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସୈଲେନ୍ଦୁ ଶେଖର ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଡକ୍ଟର ଅଜୟ ମିଶ୍ର ପୂର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ଓ କର୍ତ୍ତବ୍ୟ ମୁଖ୍ୟ ଅଶୋକ ପଟ୍ଟନାୟକ ମଞ୍ଚାସିନ ଥିଲେ । ବିଭିନ୍ନ ବ୍ଲକ ର ସିଡିପିଓ ଓ ସୁପରଭାଇଜର ଏହି କର୍ମଶାଳା ରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାରେ କମ୍ ବୟସରେ ହେଉଥିବା ବିବାହର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିଗଣ ଆଇନ ଗତ ଦିଗ ଓ ସାମାଜିକ ଦିଗ ଉପରେ ଵିସ୍ତୃତ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲାରେ ବିଗତ ବର୍ଷ ତୁଳନାରେ କମ୍ ବୟସରେ ହେଉଥିବା ବିବାହ କମୁଥିଲେ ମଧ୍ୟ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ବ୍ୟାପକ ସଚେତନ ସୃଷ୍ଟି କରି ଏହାକୁ କିପରି ଶୁନ କୁ ଅଣାଯାଇ ପାରିବ, ସେ ସଂପର୍କ ରେ ଆଲୋଚନା କରାଗଲା। ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ଶିକ୍ଷୟତ୍ରୀ, କିଶୋର, କିଶୋରୀ,ପୋଲିସ, ବିଭିନ୍ନ ଜାତିର ମୁଖ୍ୟ, ବେସରକାରୀ ଅନୁଷ୍ଠାନ,ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ବିଭାଗୀୟ ଅଧିକାରୀ ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ମତାମତ ପ୍ରକାଶ ପାଇଥିଲା।
କର୍ମଶାଳା ପ୍ରାରମ୍ଭରେ ରାଜେଶ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ସନ୍ତୋଷ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। କର୍ତ୍ତବ୍ୟ ଅନୁଷ୍ଠାନ ର ଆଲୋକ ପ୍ରଧାନ, ବନ୍ଦନା ବନ୍ଦିଛୋଡ, ବିକ୍ରମ ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ।