Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଦୀପକ ରଞ୍ଜନ ବେହେରା ଜାତୀୟ ଦୁଃସାହସିକ ଶିବିରରେ ଯୋଗଦାନ

କଳାହାଣ୍ଡି, ୨୩/୧୨ (ଆ.ପ୍ର) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ୍‍ ଏସ୍‍ ଏସ୍‍ ବ୍ୟୁରୋ ଦ୍ଵାରା ମନୋନୀତ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଦିପକ ରଞ୍ଜନ ବେହେରା ଆଞ୍ଚଳିକ ନିର୍ଦ୍ଦେଶାଳୟ, ଏନ୍‍ ଏସ୍‍ ଏସ୍‍ ଭୁବନେଶ୍ୱରରୁ, ଭାରତ ସରକାରଙ୍କ ଦ୍ଵାରା ହିମାଚଳ ପ୍ରଦେଶ, ସିମଳାର ନାର୍କୋଣ୍ଡା ଠାରେ ଅନୁଷ୍ଠିତ ଦୁଃସାହସିକ ଶିବିରରେ ଓଡିଶାରୁ ମୋଟ ଦଶ ଜଣ ସ୍ଵେଚ୍ଛାସେବୀଙ୍କ ମଧ୍ୟରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରୁ ଜଣେ ଏକମାତ୍ର ସ୍ଵେଚ୍ଛାସେବୀ ଭାବେ ଯୋଗଦାନ କରିଥିଲେ । ଉକ୍ତ ଶିବିର ତା- ୦୮ ଡିସେମ୍ବର ୨୦୨୩ ରିଖରୁ ଆରମ୍ଭ ହୋଇ ୧୭ ଡିସେମ୍ବରରେ ୨୦୨୩ ପର୍ଯ୍ୟନ୍ତ ହୋଇଥିବା ଏହି ଦୁଃସାହସିକ ଶିବିରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କେବଳ ଏକମାତ୍ର ସ୍ଵେଚ୍ଛାସେବୀ ମନୋନୀତ ହୋଇ ବିଶ୍ଵ ବିଶ୍ଵବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ସେ ସେଠାରେ ପାହାଡ଼ ଚଢା, ପାହାଡ଼ରୁ ଖସିବା, ଉପତ୍ୟକା ଅତିକ୍ରମ ଓ ଅନେକ ପର୍ବତା ରୋହଣ କରି ଅନେକ ଅଭିଜ୍ଞତା ହାସଲ କରି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, କୁଳ ସଚିବ ଶ୍ରୀ ପୀତାମ୍ବର ଭୋଇ, ଏନ୍‍ ଏସ୍‍ ଏସ୍‍ ବ୍ୟୁରୋ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ, ସି.ପି.ଜି.ସି ଡ଼. ନିବେଦିତା ନାଥ, ସହ କୁଳସଚିବ ଡ଼. ଜୟଦେବ ସାହୁ, ପରୀକ୍ଷା ପରିଚାଳକ ସ୍ଵତନ୍ତ୍ର ଅଧିକାରୀ ଡ଼. କୈଳାଶ ଚନ୍ଦ୍ର ଦାସ, ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ ଦନସନା, ରୋଜ ମେରୀ ରୋସମିତ ଏକକା, ପ୍ରିୟରଞ୍ଜନ ବେହେରା, ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ଦୀପକଙ୍କର ଏହି ଦୁଃସାହସିକ ସଫଳତା ପାଇଁ ସ୍ଵାଗତ କରିବା ସହ ଭୂୟଂସି ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଆହୁରି ବହୁ ସଂଖ୍ୟକ ସ୍ଵେଚ୍ଛାସେବୀ ମାନଙ୍କୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିୟ ସ୍ତରରେ ସୁଯୋଗ ସୃଷ୍ଟି କରିବା ପାଇଁ ବିଶ୍ଵବିଦ୍ୟାଳୟର କୂଳପତି କର୍ଣ୍ଣେଲ ପ୍ରଫେସର ସଂଜୟ କୁମାର ଶତପଥୀ ଚେଷ୍ଟା କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ