Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିମ୍ନ ମାନର ନିର୍ମାଣ ନାଗୁପଡା ବିଜୁସେତୁ ନିର୍ମାଣଧିନ ଅବସ୍ଥା ରେ ଦବି ଭୁଶୁଡ଼ି ପଡିଲା

କଳାହାଣ୍ଡି, ୨୩/୧୨ (ଜଗନ୍ନାଥ ନାଏକ) : ସାମ୍ନା କୁ ଆସିଛି ବିଜୁ ସେତୁ ର ରହସ୍ୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତ ନାଗୁପଡ଼ା ବିଜୁସେତୁ ବ୍ରିଜ ନିର୍ମାଣଧିନ ଅବସ୍ଥା ରେ ଦବି ଯିବା ସହ ଭୁଶୁଡ଼ି ବାର ଦୃଶ୍ୟ ଦେଖିବାକୁ ମିଳିଛି। ଲାଞ୍ଜିଗଡ଼ ବିଧାୟ ଙ୍କ କରକମଳ ରେ ଶୁଭ ଭିତ୍ତି ପ୍ରସ୍ତର ହୋଇଥିବା ବେଳେ ଅଟକଳ ପରିମାଣ. ଟଙ୍କା ୫,୧୪,୨୨,୫୫୬.୦ /- ସହ ସେତୁ ର ଦୈଘ୍ଯ ୮୯-୪୪ ମି ଟଙ୍କା ବ୍ୟୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଧର୍ମଗଡ଼ ଅଧୀନରେ ଥିବା ବେଳେ ଠିକାଦାର m/s ମା ଭବାନୀ ଇଞ୍ଜିନୟରିଙ୍ଗ୍ ତରଫ ରୁ ବିଜୁସେତୁ ନିର୍ମାଣ କରାଯାଉଛି। ନାଗୁପଡ଼ା ଗ୍ରାମବାସୀ ନିଜ ଗାଁ କୁ ଭଲ ରାସ୍ତା ଟେ ନଥିବାରୁ ଛଞ୍ଚାଣ ନାଳ ତାଙ୍କ ପାଇଁ ସାଜୁଥିଲା ବାଧ୍ୟାପ୍ରାପ୍ତ ପ୍ରକାଶ ଥାଉ ଜନନୀ ଯନ୍ତ୍ରଣା ସ୍ବାସ୍ଥ୍ୟ, ଶିକ୍ଷା, ଗମନା ଗମନ ଓ ବିଭିନ୍ନ ସମସ୍ୟା ପାଇଁ ବାଦ ପଡୁଥିବା ରୁ ଏହି ସବୁ ସମସ୍ୟା କୁ ନେଇ ଗ୍ରାମ ବାସୀ ନିଜ ପଞ୍ଚାୟତ,ବ୍ଲକ ଠୁ ଆରମ୍ଭ କରି ବିଧାୟକ, ମନ୍ତ୍ରି ପ୍ରଶାସନ ଙ୍କୁ ବାରମ୍ବାର ବାରମ୍ୱାର ଅଭିଯୋଗ କରି, ଅନେକ ଥର ଭୋଟ ବର୍ଜନ କରିଥିଲେ । ହେଲେ ଗ୍ରାମ ବାସୀ ଙ୍କ ବହୁବର୍ଷ ରୁ ଦେଖିଥବା ସପ୍ନ ପୁରାଣ ହେବ କୁ ଯାଉଥିଲା ବେଳେ ତାହା ଆଜି ନିମ୍ନମାନର କାମ ପାଇଁ ଦବି ଭୁଶୁଡ଼ି ବାରେ ଲାଗିବା ସହ ତାର ଅଧା ବାଟ ରେ ବାଟ ବଣା ହେବା କୁ ଲାଗିଛି।ଗ୍ରାମ ରେ ହେଉଥିବା ବିଜୁ ସେତୁ ନିର୍ମାଣ କାର୍ଯ୍ୟରେ କନିଷ୍ଠା ଯନ୍ତ୍ରୀ ବା ଠିକା ଦାର ଙ୍କ ମନମୁଖୀ ଶାସନ ପାଇଁ ଆଜି ବିଜୁ ସେତୁ ଅତି ନିମ୍ନ ମାନରେ ନିର୍ମାଣ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳୁଛି। ବିଜୁସେତୁରେ ସ୍ଥାନୀୟ ନାଳ ର ମାଟି ମିଶ୍ରିତବାଳି, ଲୋକାଲ ମେଟାଲ୍ ରେ କଂକ୍ରିଟ ହେଉଛି , ତାସହ ଲୁହାରଡ଼ ସିମେଣ୍ଟ, ଆକଳନ ଅନୁସାରେ ଠିକ୍ ସେ ବ୍ୟବହାର କରୁନାହାଁନ୍ତି, ଏ ନେଇ
ସ୍ଥାନୀୟ ଗ୍ରାମବାସୀମାନେ ବିଜୁ ସେତୁ କାର୍ଯ୍ୟ ରେ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ତରୁଣ କୁମାର ନାୟକ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ ସେ କର୍ଣ୍ଣ ପାତ କରୁନାହାଁନ୍ତି। ବୋଲି ମତ ପ୍ରକାଶ କରିଛନ୍ତି। ଶେଷ ରେ ଆଜି ବିଜୁ ସେତୁ ଦବି ଭୁଶୁଡ଼ି ବାରେ ଲାଗିଛି। ଏହା ଦେଖି ଗ୍ରାବାସୀମାନେ ଉତତ୍ୟ ହୋଈଥିବା ବେଳେ,ମହାଶୟ କାର୍ଯ୍ୟ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ବାବୁ ଙ୍କୁ ଏହି ବିଷୟ ରେ ପଚାରିବାରୁ ନାଲି ଆଖି ଦେଖାଇବାସହ ଠିକା ଦାର ହିଁ ଏହି କାମ ବୁଝିବେ ବୋଳି କହିଛନ୍ତି । ଏହି ନିର୍ମାଣ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ହଡ଼ପ ହେଉଛି ବୋଳି ଗ୍ରାମବାସୀ ମାନେ ଅଭିଯୋଗକରିଛନ୍ତି ଓ ଦୁର୍ନିତି ନିବାରଣ କୁ ଏହାର ତଦନ୍ତ ପାଇଁ ଦିଆଯାଉ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories