Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ପଞ୍ଚାୟତ କଲେଜ ରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ

କୋକସରା:୨୩/୧୨ ଯୁବ ଶକ୍ତିର ଉତ୍ଥାନ ପାଇଁ ରାଜ୍ୟ ସରକାର ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରୀୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କୋକସରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଯାପିତ ହୋଇସାରିଛ।ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗଯୋଗଦେଇ ନୂତନ ଓଡିଶା ନିର୍ମାଣର ସ୍ୱପ୍ନ ଯୁବବର୍ଗଙ୍କ ହାତରେ ରହିଛି ସେମାନଙ୍କ ପ୍ରତିଭା ବିକାଶ ହେଲେ  ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହୋଇପାରିବେ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦେବେନ୍ଦ୍ର ମେହେର, ସିଦ୍ଧାର୍ଥ ନନ୍ଦ, ପିଇଟି ନିରଞ୍ଜନ ନେଗି ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଛାତ୍ରୀ ତୁଳସି ରାଉତ, ଦେବସ୍ରିତା ସୁହାନି ନାଏକ ମଞ୍ଚ ସଂଯୋଜନା କରିଥିବା ବେଳେ ଉଦଯାପନୀ ସଭାକୁ ଅଧ୍ୟାପକ ଦେବେନ୍ଦ୍ର ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସିଦ୍ଧାର୍ଥ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।