Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ଓ ମାଝୀଗୁଡା ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା କାର୍ଯ୍ୟକ୍ରମ।

କୋକସରା୨୩/୧୨ କୋକସରା ବ୍ଲକ ରେଙ୍ଗାଳପାଲି ଓ ମାଝୀଗୁଡା ପଞ୍ଚାୟତ ରେ ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ କୁ।ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ପ୍ରଥମେ ବିକଶିତ ଭାରତ ସଂକଳ୍ପ ରଥ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ରେ ପହଞ୍ଚିବା ପରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଜିପିଇଓ ବିରଞ୍ଚି ଖରସେଲ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ର,ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ,ପିଇଓ ବିରଞ୍ଚି ଖରସେଲ ସ୍ଥାନୀୟ ବିଜେପି ର ନେତୃବୃନ୍ଦ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସର ରେ ଇନ୍ଦିରା ଗାନ୍ଧୀ ପେନସନ ବଣ୍ଟନ, ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ମାନିତ କରାଯାଇଛି। ପରେ ସଂକଳ୍ପ ରଥ ମାଝୀଗୁଡା ପଞ୍ଚାୟତ ଅଭିମୁଖେ ବାହାରିଥିଲା। ମାଝୀଗୁଡା ପଞ୍ଚାୟତ ରେ ସରପଞ୍ଚ ମାମି ବାଗ ସମିତି ସଭ୍ୟା ନମିତା ଚଣ୍ଡି ସମେତ ପଂଚାୟତ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ବିକଶିତ ଭାରତ ସଂକଳ୍ପ ରଥ କୁ ସ୍ୱାଗତ କରିଥିଲେ।ଏହି ରଥ ଆସନ୍ତା ୩୦ ତାରିଖ ଯାଏ ବ୍ଲକ ର ବିଭିନ୍ନ ପଂଚାୟତ ବୁଲି ଜନସାଧାରଣ ଙ୍କୁ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ର ବାର୍ତ୍ତା ଦେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ