ସିର୍ଲିଗୁଡା ରେ ଭୋଟ କେନ୍ଦ୍ର ଦାବିରେ ସାଂସଦ ଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମବାସୀ।


କୋକସରା:୨୩/୧୨ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ୭୯ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମ ର ଗ୍ରାମବାସୀ ମାନେ ଶନିବାର କଳାହାଣ୍ଡି ସାଂସଦ ଙ୍କୁ ଏକ କାର୍ଯ୍ୟକ୍ରମ ରେ ଭେଟି ସିର୍ଲିଗୁଡା ଗାଁ ରେ ମତଦାନ କେନ୍ଦ୍ର କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ସିର୍ଲିଗୁଡା ଗ୍ରାମ ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ଏହି ଗାଁ ର ମତଦାତା ପ୍ରତିଥର ନିର୍ବାଚନ ସମୟରେ ଗାଁ ରୁ ୮ କିମି ଦୁର ରେ ଥିବା ବଙ୍ଗୋମୁଣ୍ଡା ରେ ଥିବା ପ୍ରାଥମିକ ବିଦ୍ୟାଳୟର ବୁଥ ନମ୍ବର ୨ କୁ ମତଦାନ କରିବାକୁ ଯାଉଥିବା ବେଳେ ଗ୍ରାମରେ ଥିବା ଅସୁସ୍ଥ,ଭିନ୍ନକ୍ଷମ,ବୃଦ୍ଧ ବୃଦ୍ଧା।ମାନେ ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ରହୁଛନ୍ତି। ମତଦାନ କରିବାକୁ ଯିବା ରେ ମଧ୍ୟ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।ପୂର୍ବରୁ ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଙ୍କୁ ଅଭିଯୋଗ କରି ଆସୁଛନ୍ତି ହେଲେ କୌଣସି ସମାଧାନ ହୋଇନାହିଁ, ଶନିବାର ଜୁନାଗଡ଼ ଠାରେ ଏକ ଦଲୀୟ କାର୍ଯ୍ୟକ୍ରମ ରେ ଆସିଥିବା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କୁ ସାକ୍ଷାତ କରି ଗମ୍ଭାରୀଗୁଡା ପଞ୍ଚାୟତ ର ନାଏବ ସରପଞ୍ଚ ନନ୍ଦିନୀ ନାଗ,ବସନ୍ତ ନାଗ,ଜୟରାମ ସୁନାନୀ,ଭୂଷଣ ମହାନନ୍ଦ,ଧନୁରାମ ନାଗ,ଶିଵ ଶଗଡ଼ିଆ, ଡମବୁଡା ନାଗ, ଭଗବାନ ନାଗ, କରୁଣା ନାଏକ, ପୁରୁଷୋତ୍ତମ ସୁନାନୀ ଓ ଅନ୍ୟ ଗ୍ରାମବାସୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।