ନୂଆଦିଲ୍ଲୀ: ଡିଏମକେ ସାଂସଦ ଦୟାନିଧି ମାରନ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଉତର ପ୍ରଦେଶ ଓ ବିହାରର ଲୋକେ ତାମିଲନାଡୁ ଆସନ୍ତି ଏବଂ ଏଠାରେ କନଷ୍ଟ୍ରକ୍ସନ ଶ୍ରମିକ କିମ୍ବା ସଡକ ନଚେତ୍ ଶୌଚାଳୟ ସଫେଇ କାମ କରନ୍ତି । ଡିଏମକେ ସାଂସଦଙ୍କ ଏହି ବିବାଦୀୟ ଟିପ୍ପଣୀର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏହି କ୍ଲିପକୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ସେୟାର କରିଛନ୍ତି ।
ଡିଏମକେ ସାଂସଦ ଦୟାନିଧି ମାରନଙ୍କ ଏପରି ହୀନ ମନ୍ତବ୍ୟକୁ ନିନ୍ଦା କରି ନ ଥିବା ୟୁପିର ଇଣ୍ଡିଆ ମେଂଟର ନେତାଙ୍କୁ ବିଜେପି ମୁଖପାତ୍ର ସମାଲୋଚନା କରିଛନ୍ତି । ଭିଡିଓରେ ଦୟାନିଧି କହୁଛନ୍ତି, ଯେଉଁଲୋକେ ଇଂରାଜୀ ଶିଖି କି ଆସୁଛନ୍ତି, ସେମାନେ ଆଇଟି କମ୍ପାନିରେ ଭଲ ଚାକିରି ପାଉଛନ୍ତି । କିନ୍ତୁ ୟୁପି ଓ ବିହାରର ଲୋକେ ଯେବେ ତାମିଲନାଡୁ ଆସୁଛନ୍ତି, ସେମାନେ ତାମିଲ ଶିଖି କନଷ୍ଟ୍ରକ୍ସନ ଶ୍ରମିକ ଭାବେ କାମ କରୁଛନ୍ତି । ଏପରିକି ସେମାନେ ରାସ୍ତା ଓ ଶୌଚାଳୟର ସଫେଇ କାମ କରୁଛନ୍ତି ।
Once again an attempt to play the Divide & Rule card
— Shehzad Jai Hind (@Shehzad_Ind) December 23, 2023
First Rahul Gandhi insulted North Indian voters
Then Revanth Reddy abused Bihar DNA
Then DMK MP Senthil Kumar said “Gaumutra states”
Now Dayanidhi Maran insults Hindi speakers and North
Abusing Hindus / Sanatan, then… https://t.co/tYWnIAsnvK pic.twitter.com/8Krb1KmPEP
ଏହା ଉପରେ ବିଜେପି ମୁଖପାତ୍ର ବିରୋଧୀ ମେଂଟର ନେତା ଜାତି, ଭାଷା ଓ ଧର୍ମ ନାମରେ ଦେଶର ଲୋକଙ୍କୁ ବାଂଟିବାକୁ ଚାହାନ୍ତି । ଏମିତି ହୀନ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସେ ବିରୋଧୀ ନେତାଙ୍କ କଡା ଶବ୍ଦରେ ସମାଲୋଚନା କରିଛନ୍ତି । ପୁନାୱାଲା କହିଛନ୍ତି, କଣ ନୀତିଶ କୁମାର, ତେଜସ୍ୱୀ ଯାଦବ, ଲାଲୁ ଯାଦବ, କଂଗ୍ରେସ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏମିତି ଅଭିନୟ କରୁଛନ୍ତି ଯେମିତି କିଛି ଘଟିନି । ଏ ଲୋକେ କେବେ ନିଜର ଆଭିମୁଖ୍ୟ ପ୍ରକାଶ କରିବେ । ଉଲ୍ଲେଖନୀୟ ଡିଏମକେ ଇଣ୍ଡିଆ ମେଂଟର ଅଂଶ ।