Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ, ଗମନାଗମନ ପାଇଁ ସୁବିଧା ପାଇବେ ଅଞ୍ଚଳବାସୀ।

କୋକସରା:୨୪/୧୨ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରବିବାର କୋକସରା ବ୍ଲକ ର ୨ ଗୋଟି ରାସ୍ତାକୁ ଓଡିଶା ସରକାରଙ୍କ TRIPS ଅନୁଦାନ ରୁ ସଡକ ଯୋଜନାରେ ସାମିଲ କରାଯାଇଛି।ଆଜି ଏହି ଦୁଇଟି ରାସ୍ତା କୁ ଭିତ୍ତି ପ୍ରସ୍ତର ସ୍ଥାପନ କରି କରିଛନ୍ତି ଧର୍ମଗଡ଼ ବିଧାୟକ ମୋୖଷଧି ବାଗ। ଜାତୀୟ ରାଜପଥ ୨୬ ଗମ୍ଭାରୀଗୁଡା ଛକ ରୁ ବଙ୍ଗୋମୁଣ୍ଡା ମାଝୀଗୁଡା ରାସ୍ତା ଓ ଚିତାମୁଣ୍ଡା ଠାରୁ ଡାଲଗୁମା ଦେଇ ବାଙ୍କିମୁଣ୍ଡା ରାସ୍ତା ନିର୍ମାଣ ନେଇ ଦୀର୍ଘଦିନ ରୁ ଅଞ୍ଚଳବାସୀ ଦାବି କରି ଆସୁଥିବା ବେଳେ ଧର୍ମଗଡ଼ ବିଧାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ଦୁଇ ରାସ୍ତା ନିର୍ମାଣ ଫଳରେ ଗ୍ରାମାଞ୍ଚଳରେ ଗମନାଗମନ ସୁଗମ ହେବାସହ ଲୋକେ ଉପକୃତ ହେବେ ବୋଳି ବିଧାୟକ କହିଛନ୍ତି। ଭିତ୍ତି ପ୍ରସ୍ତର ଉଦଘାଟନ ଅବସର ରେ ବିଭାଗୀୟ ଯନ୍ତ୍ରୀ ସୁରେଶ ବାରିହା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି,ବିଜେଡି କର୍ମି ପଞ୍ଚକ ପୋଢ଼, ଭୁବନେଶ୍ୱର ମାଝୀ,କେତୁରାମ ମାଝୀ ଓ ଠିକାସଂସ୍ଥା ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।