Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁନୁଗା ପଦର ଗ୍ରାମରେ ଲକ୍ଷ୍ମୀ ପୂଜା ଅବସର ରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ।

କୋକସରା:୨୪/୧୨ କୋକସରା ବ୍ଲକ ଡୁଡୁକା ଠେଙ୍ଗା ପଂଚାୟତ ମୁନୁଗାପଦର ଗାଁ ରେ ମାଣବସା ମହାଲକ୍ଷ୍ମୀ ପୂଜା ଉତ୍ସବ ପାଳନ ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଦହିହାଣ୍ଡି ଭଗ୍ନ ସହ ଉଦଯାପିତ ହୋଇଯାଇଛି। ଗତ ମଙ୍ଗଳବାର ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଲକ୍ଷ୍ମୀ ପୁରାଣ ପଠନ,ଶୁକ୍ରବାର ସନ୍ଧ୍ୟାରେ ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା।ଅନୁଷ୍ଠିତ ହୋଇଥିଲା ଓ ଶନିବାର ସକାଳ ରୁ ନାମ ଆରମ୍ଭ ହୋଇଥିଲା।।ଲକ୍ଷ୍ମୀ ପୂଜା କର୍ତ୍ତା ରଘୁନାଥ ନାଗ ପତ୍ନୀ ଦେମତି ନାଗ ଓ ନାମଯଜ୍ଞ ପୂଜା କର୍ତ୍ତା ଭାବେ ଅର୍ଜୁନ ଅଗ୍ରୱାଲ ଓ ପତ୍ନୀ ମିନା ଅଗ୍ରୱାଲ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସର ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ନେତା ବିଜୟଦେଵ ସାହୁ, ସୁଧୀର ପାଟଯୋଶୀ, ଯାଦବ ସମାଜ ମହିଳା ନେତ୍ରୀ ରଶ୍ମିରେଖା ରାଉତ,ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଉପସ୍ଥିତ ରହି ଭଗବାନ ଙ୍କ ସାନିଧ୍ୟ ଲାଭ କରିଥିଲେ। ପୂଜା କମିଟି ର ସଭାପତି ଡିଙ୍ଗର ନାଗ, ଉପ ସଭାପତି ଦେବିସିଂ ନାଗ, ସମ୍ପାଦକ ମଧୁସୂଦନ କଟା, ସହ ସମ୍ପାଦକ ଉଗ୍ରେ ନାଗ, କୋଷାଧ୍ୟକ୍ଷ ଶୁକୃ ନାଗ,ଗୋୖରାଙ୍ଗ ନାଗ,ବଂଶୀଧର ନାଗ, ପୂର୍ଣ୍ଣଚନ୍ଦ୍ର କଟା, ପୁରୁଷୋତ୍ତମ ନାଗ ଓ ମୁନୁଗା ପଦର ଗ୍ରାମବାସୀ ମାନେ ସହଯୋଗ କରିଥିଲେ।