Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଲାଜୀ ବିହାରର ବାର୍ଷିକ ଉତ୍ସବ

କଳାହାଣ୍ଡି, ୨୪/୧୨ (ଜଗନ୍ନାଥ ନାଏକ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବାଲାଜୀ ବିହାର ଭବାନୀପାଟଣାର ନୂତନ ନଟରାଜ ମଞ୍ଚରେ ଅଷ୍ଟ ବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କଳାହାଣ୍ଡି ସହ ବିଭାଗ ପ୍ରମୁଖ ଶିକ୍ଷା ବିକାଶ ସମିତି ଓଡିଶାର ମନ୍ମଥ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜ ଗଠନରେ ଶିଶୁ ବିଦ୍ୟାମନ୍ଦିରର ଭୂମିକା ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଜୁନାଗଡ଼ ରୋଡ଼ ଶାଖା ଭବାନୀପାଟଣାର ଲୋକନାଥ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଂସ୍କୃତି ଆଧାରିତ ବିଦ୍ୟାଳୟ ଆଜିର ଦିନରେ ଆବଶ୍ୟକତାକୁ ନେଇ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ଭବାନୀପାଟଣା ସଂକୁଳ ପ୍ରମୁଖ, ଶିବିସ ଓଡ଼ିଶା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟ କର୍ତ୍ତା ଓ ଶ୍ରୀରାମ ଇଣ୍ଡେନ ଗ୍ୟାସ୍ ସତ୍ଵାଧିକାରୀ ଅଶୋକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ା ପି ଶଶୀଧରନ, ସଂପାଦକ ସୁରେଶ ଚନ୍ଦ୍ର ସାହୁ ତଥା ସମସ୍ତ ସଭ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ ହେତୁ କାର୍ଯ୍ୟକ୍ରମଟି ସୁନ୍ଦର ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା , ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକସେବିକାଙ୍କ ଉଦ୍ୟମରେ କାର୍ଯ୍ୟକ୍ରମଟି ସୁନ୍ଦର ଓ ଆକର୍ଷଣୀୟ ହୋଇଥିଲା।ଏହି ଉତ୍ସବରେ କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ନାଟକ ଓ ଲୋକନୃତ୍ୟ ଆଦି ଦେଖି ଦର୍ଶକ ବିଭୋର ହୋଇ ଉଠୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ