Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ର ତୃତୀୟ ସନ୍ଧ୍ୟା”ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଓଡିଶା ନାଟକ ପ୍ରତି ଅବଦାନ” ଶୀର୍ଷକରେ ଆଲୋଚନାଚକ୍ରମଞ୍ଚସ୍ଥ ହେଲା ନାଟକ “ମିଥ୍ୟାବାଦି ଜିନ୍ଦାବାଦ” ନାଟକ ମନୋରଞ୍ଜନଧର୍ମୀ ନହୋଇ ସମାଜଧର୍ମି ହେଉ

କଳାହାଣ୍ଡି, ୨୪/୧୨ (ଜଗନ୍ନାଥ ନାଏକ) ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଆଜି ତୃତୀୟ ଦିବସରେ ଇ.ଟି.ସି ସମ୍ମିଳନୀ କକ୍ଷରେ “ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଓଡିଶା ନାଟକ ପ୍ରତି ଅବଦାନ” ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଲୋକନାଟ୍ୟ ଗବେଷକ ଓ ନାଟ୍ୟକାର ତଥା ଉପସଭାପତି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ମନ୍ମଥ କୁମାର ଶତପଥୀ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧିରେନ୍ଦ୍ରନାଥ ମଲ୍ଲିକ, ବିଶିଷ୍ଟ ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ଙ୍କ ଜୀବନୀ, ନାଟ୍ୟ ରଚନା, ଏବଂ ନାଟକୀୟ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ଆଜିକାର ତୃତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଭାସ ଚନ୍ଦ୍ର ମିଶ୍ର, କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ସାଂସ୍କୃତିକ ସଂଗଠକ ହରଜିନ୍ଦର ସିଂହ, ବିଶିଷ୍ଟ ଶିକ୍ଷାବିତ ଅଜୟ ମିଶ୍ର ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ “ମିଥ୍ୟାବାଦି ଜିନ୍ଦାବାଦ”।କଳିଯୁଗର ବିଜମନ୍ତ୍ର ହେଉଛି ମିଛ। ପଦେ ମିଛ କଥାରେ ଏତେ ଜୀବନ ଶକ୍ତି ଅଛି ଯେ, ଯାହା ମୃତ କୁ ଜୀବନ୍ଯାସ ଦେଇପାରେ। ସତକଥା ସବୁବେଳେ କଷ୍ଟ ଦିଏ। ସତ ପ୍ରକାଶ କରିବା ବାସ୍ତବିକ୍ ଭାରି କଷ୍ଟ। ଆପଣ ସତ କଥା କୁହନ୍ତୁ, ଲାଗିବ ନିଶ୍ଵାସ ଅଟକି ଯାଉଛି। ଅଥଚ ମିଛକଥା କୁହନ୍ତୁ, ଦେଖିବେ ଭାରି ହାଲକା ଲାଗିବ। ମିଛ ହିଁ ଏ ଯୁଗର ଶକ୍ତି। ମଣିଷଙ୍କ ଭିତରେ ଯେଉଁ ଭଗବତ ସତ୍ତା ଅନ୍ତର୍ନିହିତ ତାହା ମିଛ, ଚୋରି, ଅପରାଧ ଏ ସବୁ କୁ ପ୍ରଶୟ ଦିଏନି। କିନ୍ତୁ ମଣିଷ ପ୍ରବୃତ୍ତି ବଶତଃ ଏ ସବୁକୁ କରୁଥାଏ। ମଣିଷ ଯେ ପ୍ରବୃତ୍ତିର ଦାସ ଏହା ଆମକୁ ସ୍ବୀକାର କରିବାକୁ ପଡିବ। ସତ ଓ ମିଛ ର ସଂସାରରେ ସତ୍ୟ ହି ଏକମାତ୍ର ଚିର ଜାଜୁଲ୍ୟ ଏବଂ ସର୍ବଗ୍ରହଣୀୟ। ଏହି କଥାବସ୍ତୁ ସହ ମଞ୍ଚସ୍ଥ ହୋଇଛି କାନମାସ, ପାରାଦ୍ଵୀପ ର ନାଟକ “ମିଥ୍ୟାବାଦି ଜିନ୍ଦାବାଦ”। ନାଟକଟି ପରେଶ ପଟ୍ଟନାୟକଙ୍କ ରଟିତ ବୈଦୁତିକ ଶବଦାହ ଚୂଲା ର ଉଦଘାଟନ ଗଳ୍ପର ନାଟ୍ୟରୂପ। ଏହାକୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଶ୍ରୀମନ ନାରାୟଣ ମିଶ୍ର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମନୋଜ ସାମନ୍ତରାୟ, ସୁକାନ୍ତ ମିର୍ଦ୍ଧା, ମନୋଜ ସୁତାର, ନିରଞ୍ଜନ ସ୍ଵାଇଁ, ସୁବ୍ରତ ପ୍ରଧାନ, କେଦାର ବିଶ୍ଵାଳ, ପ୍ରକାଶ କୁମାର ନାୟକ, ସ୍ମୃତି ରଞ୍ଜନ ସ୍ଵାଇଁ, ସ୍ମୃତି ଛୋଟରାୟ, ମୋହନ ମହାପାତ୍ର, ରୁତୁପର୍ଣ୍ଣା ବାରିକ, ଲିପ୍ସା ରଞ୍ଜିତ, ଧର୍ମପଦ ବାଡୋଇ, ରାଜା ମଲ୍ଲିକ, ଗାୟତ୍ରୀ ବାରିକ, ଶ୍ରୀନିବାସ ରାଉତରାୟ, ସ୍ମୃତି ରଞ୍ଜନ ସ୍ଵାଇଁ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ରେ କେଦାର ବିଶ୍ଵାଳ ଏବଂ ଭବତୋଷ ନାୟକ ଥିବାବେଳେ ଆଲୋକ ସଂଯୋଜନା ମନୋଜ ଖଟୁଆ କରିଥିଲେ। ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ୍ ହଲ୍ ରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ନମିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସୌରଭ ମହାପାତ୍ର, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ସୁଶୀଲ ଆଚାର୍ଯ୍ୟ, ଶିବଶକ୍ତି ପୁରୋହିତ, ଶୁଭମ୍ ବେହେରା, ତଥାଗତ ମିଶ୍ର, ସୌମ୍ଯ ରଂଜନ ଜେନା, ବିକାଶ ରଞ୍ଜନ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଅବିନାଶ ଅଗସ୍ତି, ଦୀପକ ଶର୍ମା, ଗୋପିଧର ନାୟର, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ, ମାନସୀ ନାୟକ, ଦୀପକ ଶର୍ମା ପ୍ରମୁଖ ସହଯୋଗ କରିଥିଲେ।