Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁବାଇ ରେ ଚମକିଲେ ଓଡ଼ିଆ ଯୁବ ବୈଜ୍ଞାନିକା,କଳାହାଣ୍ଡି ଜିଲ୍ଲା ପାଇଁ ଆଣିଲେ ଗୌରବ।

କୋକସରା:୨୫/୧୧ କଳାହାଣ୍ଡି ର ଝିଅ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ଵ କରି ଦୁବାଇ ରେ ବିଶ୍ୱ ର ମର୍ଯ୍ୟାଦା ଜନକ ପୁରସ୍କାର ନେଟ ଜିରୋ ଇଣ୍ଡଷ୍ଟ୍ରି ଆୱାର୍ଡ ରେ ସମ୍ମାନିତ ହୋଇଛନ୍ତି। କୋକସରା ବ୍ଲକ କାଉଡୋଳା ଗ୍ରାମର କୃଷ୍ଣଚନ୍ଦ୍ର ପୁରୋହିତ ଓ ପଙ୍କଜିନି ପୁରୋହିତ ଙ୍କ ସୁକନ୍ୟା ଡ଼. ସୁନିତି ପୁରୋହିତ ସମ୍ବଲପୁର ବୁର୍ଲା ଇଞ୍ଜିନିୟରିଂ କଲେଜ ରେ ମେଟାଲୋଜିକାଲ ବିଭାଗ ରେ ପ୍ରଫେସର ରୁପେ କାର୍ଯ୍ୟ କରି ସଫଳତା ହାସଲ କରିବା ପରେ ପିଏଚଡ଼ି ଡିଗ୍ରୀ ପାଇଁ ଅଷ୍ଟ୍ରେଲିଆ ଦେଶ ମେଲବର୍ଣ୍ଣ ସହର ର ସୁଇନବର୍ଣ୍ଣ ୟୁନିଭରସିଟି ଠାରେ ଟେକ୍ନୋଲୋଜି ରେ ପିଏଚଡ଼ି କରିବା ସହ ସିଏସଆଇଆଇଓ ରିସର୍ଚ୍ଚ କେନ୍ଦ୍ର ରେ ବୈଜ୍ଞାନିକ ଭାବେ କାର୍ଯ୍ୟ ନିଯୁକ୍ତ ଅଛନ୍ତି।ଗତ କିଛିଦିନ ତଳେ ଦୁବାଇ ଠାରେ ବିଶ୍ୱ ର ୨ ଶହ ଦେଶ କୁ ନେଇ ଅନୁଷ୍ଠିତ ହୋଇଥିବା କପ ୨୮ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ଵ କରି ନିଜର ଗବେଷଣାତ୍ମକ ଆଇରନ ଓ ଷ୍ଟିଲ ମେକିଂ କୁ ନେଇ ପ୍ରଦର୍ଶିତ ବିଷୟବସ୍ତୁ ଉପରେ ଜୁରି ମେମ୍ବର ଙ୍କ ଉପସ୍ଥିତି ରେ ମର୍ଯ୍ୟାଦା ଜନକ ନେଟ ଜିରୋ ଇଣ୍ଡଷ୍ଟ୍ରି ଆୱାର୍ଡ ରେ ସମ୍ମାନିତ ହୋଇଛନ୍ତି। ସମ୍ମାନିତ ହେବାପରେ ନିକଟରେ ଡ଼.ସୁନିତି ପୁରୋହିତ ନିଜ ଜନ୍ମ ମାଟି କୁ ଆସିଥିବା ବେଳେ ଲଡୁଗାଁ କଲେଜ ପକ୍ଷରୁ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ବିଦେଶ ମାଟି ରେ କଳାହାଣ୍ଡି ଜିଲ୍ଲାର ଯୁବ ବୈଜ୍ଞାନିକା ଡ଼.ସୁନିତି ପୁରୋହିତ ଙ୍କ ଏହି ସଫଳତା କୁ ନେଇ ଜନ୍ମମାଟି କାଉଡୋଳା ଓ କଳାହାଣ୍ଡି ଜିଲ୍ଲାରେ ଚିହ୍ନା ମହଲରେ ଖୁସି ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ