Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟପୁର କୁ ପରାଜୟ କରି ରାୟଗଡା ସେମିଫାଇନାଲ୍ ରେ ପ୍ରବେଶ

କଳାହାଣ୍ଡି, ୨୫/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ମିନି ଷ୍ଟାଡିୟମ ଠାରେ ପର୍ଲା ଆଥେଲେଟିକ ଅନୁଷ୍ଠାନ ତରଫରୁ ଯୁବକ ମାନଙ୍କୁ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଯୋଗିତାର ୨ୟ ଦିନ ମ୍ୟାଚ ରାୟପୁର ଓ ରାୟଗଡା ରେଲୱେ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାୟଗଡା ୪-୦ ରେ ରାୟପୁରକୁ ହରାଇ ବିଜୟ ହୋଇ ସେମିଫାଇନାଲ୍ ସ୍ଥାନ ବଜାୟ ରଖିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ଯୁବ ସଭାପତି ବିଜୟଦେଵ ସାହୁ, ସମ୍ମାନିତ ଅତିଥିଭାବେ କଂଗ୍ରେସ ଯୁବ ନେତା ଡାକେଶ୍ୱର ଲହଜଳ, ନିଙ୍ଗିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଯୁବରାଜ ଜାଲ, ଅବସରପ୍ରାପ୍ତ ଜେଲ କର୍ମଚାରୀ ପ୍ରମୋଦ ହଂସ,ଏକାଉଣ୍ଟାଣ୍ଟ ପ୍ରଭାକର ଜାଲ,ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ନନ୍ଦଗାଁ ସରପଞ୍ଚ ପ୍ରତିନିଧି ଭବାନିଶଙ୍କର ବଣିଆ, ସମାଜସେବି ଘନଶ୍ୟାମ ଅଗ୍ରୱାଲ, ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ, ନାଏବ ସରପଞ୍ଚ ଦ୍ରୋପଦି ଦାସ ,ଅବସର ପ୍ରାପ୍ତ ଶିକ୍ଷକ ବିବଛ ଦାସ, ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।କ୍ରୀଡା ପରିଚାଳକ ପିଇଟି ଶିକ୍ଷକ ଜଗନ୍ନାଥ ମାଝୀ ପରିଚାଳନା କରି ଥିବା ବେଳେ ।ଲାଇନ୍ସମ୍ୟାନ ଭାବେ ପିଇଟି ଶିକ୍ଷକ ତାପସ କୁମାର ଦାସ , ସଂଜୀବ ଦୁର୍ଗା,ଚତୁର୍ଥ ଖେଳ ପରିଚାଳକ ଶିବା ଶବର ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ଆୟୋଜକ କମିଟି ଉପ ସଭାପତି ସୁଧୀର ଗୋପାଳ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଆୟୋଜକ କମିଟି ଉପଦେଷ୍ଟା ଲକ୍ଷ୍ୟଜ୍ୟୋତି ଜାଲ, ବିଜନ କୁମାର ଦାସ, ସଭାପତି ପ୍ରବୀଣ ଦାସ, ସଂପାଦକ ସୁଧୀର ଚନ୍ଦ୍ର ବାଗ, ଯୁଗ୍ମ ସଂପାଦକ ମନୋଜ ଦାସ, ଆଥେଲେଟିକ ସଂପାଦକ ନବୀନ ଦାସ, କୋଷାଧ୍ୟକ୍ଷ ବାବୁଲି ଦାସ, ଡିଲେଶ୍ଵର ସାହୁ,ସେତୁରାମ ଭକ୍ତ,ନିଲାଞ୍ଚଳ ସେଠିଆ,ସୁଶାନ୍ତ ଜାଲ,ସୋସିଆ ହାତୀ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ