Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଵେଳଖଣ୍ଡି ଧବଳେଶ୍ୱର ଶିବ ମନ୍ଦିର ରେ ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଶିକ୍ଷକଙ୍କ ଆଦର୍ଶ ଚରିତ୍ର ଶିକ୍ଷାର୍ଥୀଙ୍କୁ ଭଲ ମଣିଷ କରି ଗଢ଼ିବାରେ ସହାୟକ ହେଇଥାଏ । ଏଣୁ ଆଦର୍ଶ ଛାତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ସର୍ବଦା ଅତୁଳନୀୟ ବୋଲି ପଞ୍ଚାୟତ ସମିତି ହାଇସ୍କୁଲର ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇଥିଵା ଅତିଥି କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଧବଳେଶ୍ୱର ଶିବ ମନ୍ଦିର ଵେଳଖଣ୍ଡି ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାର୍କଣ୍ଡ ପାଢ଼ୀ,ଵିଞ୍ଜାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ସଂସ୍କୃତ ଶିକ୍ଷକ ପ୍ରଦୀପ୍ତ ଷଡ଼ଙ୍ଗୀ, ହିନ୍ଦୀ ଶିକ୍ଷକ ବସନ୍ତ ପଟ୍ଟନାୟକ, କିରାଣୀ ଅମ୍ଵିଲାଲ ସାହୁ,ଖେଳ ଶିକ୍ଷକ ବେଣୁଧର ନାଗ, ଶିକ୍ଷକ ସୁଦର୍ଶନ ସାହୁ,ଅଶ୍ଵିନ କୁମାର ସାହୁ ,ସେବକ ଅଭି ସାହୁ, ସୁବାଷ ସାହୁ,ବିପ୍ର ସାହୁ ଯୋଗଦେଇ ୨୦୦୪ ମସିହା ଦୀର୍ଘ ୨୦ ବର୍ଷ ବିତିଯାଇଥିଵାର ସ୍ମୃତି କୁ ମନେ ପକେଇ ବାବା ଧବଳେଶ୍ଵର ମନ୍ଦିରର ଠାରେ ୨୦୦୪ ରୁ ୨୦୨୩ ପର୍ଯ୍ୟନ୍ତ ଆଜକୁ ୨୦ ବର୍ଷ ପୂର୍ତ୍ତି ହୋଇ ବନ୍ଧୁ ମିଳନ ଛାତ୍ର ଜୀବନର ମୂଲ୍ୟବାନ ସମୟ ଅତିବାହିତ କରି ଆଜି ସାଂସାରିକ ମାୟାର ରହି ମଧ୍ୟ ସମସ୍ତଙ୍କ ମନରେ ଏକତ୍ରିତ ହେବା ଏକ ବନ୍ଧନ ଯାହାକି ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ରୁ ଜଣାଯାଏ ବୋଲି ଗୁରୁଜୀଙ୍କ ଅଭିଭାଷଣରେ ମତ ପ୍ରକାଶ ଦେଇ ଥିଲେ। ଶିକ୍ଷା ,ସଂସ୍କାର , ସଂସ୍କୃତି ନିମନ୍ତେ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମାଧ୍ୟମରେ ଛାତ୍ର ଛାତ୍ରୀ ଆଗାମୀ ପିଢ଼ି କୁ ମନେ ପକାଇବାକୁ ବାର୍ତ୍ତା ବହନ କରିଥିଲେ। ସମସ୍ତ ଶିକ୍ଷକ ମାନଙ୍କୁ ୨୦୦୪ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ମାନଙ୍କ ଦ୍ବାରା କୁନୀ ପ୍ରତିଭା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ମଞ୍ଚ ପରିଚାଳନା ସାମ୍ବାଦିକ ନବୀନ କିଶୋର ସାହୁ, ହେମନ୍ତ ସାହୁ ଓ ବିକ୍ରମ ସାହୁ ପରିଚାଳନା କରିଥିବା ବେଳେ ଜଗମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ