Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଦ୍ଧ ବିମାନ ଉଡାଇବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ଶନିବାର ‘ସୁଖୋଇ-୩୦ ଏମ୍‌କେଆଇ’ ଯୁଦ୍ଧ ବିମାନ ଉଡାଇବେ। ଏ ନେଇ ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ୨୦୦୯ ମସିହାରେ ଯୁଦ୍ଧ ବିମାନ ଉଡାଇଥିଲେ।

ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁ ଏପ୍ରିଲ ୬ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଆସାମ ଗସ୍ତରେ ଯିବେ। ଏପ୍ରିଲ୍ ୭ରେ, ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଜ ଉତ୍ସବ ୨୦୨୩ ଉଦ୍‌ଘାଟନ କରିବେ। ପରେ ଗୌହାଟୀରେ ସେ ମାଉଣ୍ଟ କାଞ୍ଚନଜଙ୍ଗା ଏକ୍ସପେଡିସନ ୨୦୨୩ର ଶୁଭାରମ୍ଭ କରିବେ।

ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଉତ୍ସବ କେନ୍ଦ୍ର ତଥା ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗ ମିଳିତ ଭାବେ ଆୟୋଜନ କରିବେ। ହାତୀକୁ ସଂରକ୍ଷଣ କରିବା ଏବଂ ରାଜ୍ୟରେ ବଢୁଥିବା ମାନବ-ହାତୀ ବିବାଦର ସମାଧାନ ଖୋଜିବା ଲକ୍ଷ୍ୟରେ ଏହା ସଂଗଠିତ ହୋଇଛି।
ସେହିଦିନ ରାଷ୍ଟ୍ରପତି ଗୌହାଟି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ