କୋକସରା:୨୬/୧୨ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଆଜି ରାଜ୍ୟରେ ପାଳନ ହେଉଛି l ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଏହା ବ୍ୟାପକ ଭାବରେ ପାଳନ କରାଯାଇଛି l ଧର୍ମଗଡ ପଞ୍ଚାୟତ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହଜାର ହଜାର ବିଜୁ ପ୍ରେମୀ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ଏକ ସଭା ଆୟୋଜନ କରାଯାଇଥିଲା l ଏଥିରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ବିଧାୟକ ମୌସଧି ବାଗ, ତଥା ବରିଷ୍ଠ ବିଜେଡି ନେତା ଏବଂ ନେତ୍ରୀ ଙ୍କ ସହିତ ଶତାଧିକ କର୍ମୀ ମାନେ ସାମିଲ ହୋଇଥିଲେ l ବିଜେଡି ସବୁବେଳେ ସବୁ ବର୍ଗ, ଜାତି, ଧର୍ମଙ୍କ ପାଇଁ ସମାନ ଯୋଜନା କରି ସମସ୍ତଙ୍କର ଉନ୍ନତି ଲକ୍ଷରେ ଚେଷ୍ଟା ଜାରି ରଖିଛି l ସେଥିପାଇଁ ୨୭ ବର୍ଷ ଧରି ଓଡ଼ିଆ ରେ ବିଜେଡି ଶାସନ କରୁଥିବା ବେଳେ ଆସନ୍ତା ୨୦୨୪ ନିର୍ବାଚନରେ ମଧ୍ୟ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ନିର୍ମଳ ସୁଶାସନ ଉପରେ ଓ ବିଜେଡି ଦଳ ଉପରେ ଓଡିଶା ବାସୀଙ୍କ ଆସ୍ଥା ରହିବ ବୋଲି ବିଜେଡି ନେତୃବୃନ୍ଦ ମତ ଦେଇଛନ୍ତି l
ଧର୍ମଗଡ଼ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ,ବିଜୁ ଜନତା ଦଳ ହିଁ ଓଡିଶା ର ବିକାଶ ର ସାରଥି, ମତ ରଖିଲେ ନେତୃବୃନ୍ଦ।
