Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ମହାରାଜା ଙ୍କୁ ନିମନ୍ତ୍ରଣ ପତ୍ର ଦେଲେ କୋକସରା ସଂକୀର୍ତ୍ତନ ସଙ୍ଘ କମିଟିର ସଦସ୍ୟ।

କୋକସରା:୨୬/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶ୍ରୀ ଶ୍ରୀ ନିତାଇ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ ଆସନ୍ତା ଫେବୃୟାରୀ ମାସ ୧୦/୨ ରୁ ୨୪/୨ ପର୍ଯ୍ୟନ୍ତ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ କୋକସରା ବ୍ଲକ ର ଡୋଙ୍ଗରିଗୁଡା ଖେଳ ପଡ଼ିଆ ରେ ଆୟୋଜନ ହେଉଥିବା ବେଳେ ଏହି ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥୀ ପାଇଁ ପୁରୀ ଗଜପତି ମହାରାଜ ଙ୍କୁ କମିଟି ପକ୍ଷରୁ ପୁରୀ ବାସଭବନରେ ସଂକୀର୍ତ୍ତନ ଦଳ ର ସଭାପତି ସୁଶୀଲ କୁମାର ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିକାଶ ଅଗ୍ରୱାଲ ଓ ପୂଜା କର୍ତା ଶ୍ରୀ ଶବର ପ୍ରମୁଖ ଭେଟି ନିମନ୍ତ୍ରଣ ପତ୍ର ଦେଇ ଆତିଥ୍ୟ ସ୍ୱୀକାର କରିବାକୁ ସବିନୟ ଅନୁରୋଧ କରିଛନ୍ତି। ଗଜପତି ମହାରାଜ ମଧ୍ୟ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣେଇବା ସହ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ହୁଏ ତାହେଲେ ନିଶ୍ଚିତ ପହଞ୍ଚିବି ବୋଳି ସମ୍ମତି ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ