Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମୁଛି ଦଣ୍ଡପାଟ ଧନୁଯାତ୍ରା : କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣକଂସ ଙ୍କ ଦରବାର ହାଜର ହେଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ

କୋକସରା:୨୭/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଚାଲିଥିବା ଧନୁଯାତ୍ରା ରେ ଦର୍ଶକ ଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଦ୍ୱିତୀୟ ଦିନରେ କାରାଗରରେ କୃଷ୍ଣ ଜନ୍ମ ହୋଇଛନ୍ତି । ଦୈବୀବାଣୀ ପରେ ଦେବକୀଙ୍କ ଗର୍ଭର ସମସ୍ତ ସନ୍ତାନକୁ କଂସ ହତ୍ୟା କରୁଥିବାରୁ ଅଷ୍ଟମ ଗର୍ଭର ସନ୍ତାନକୁ ବଞ୍ଚାଇବାକୁ ବାସୁଦେବ ନବଜାତ ଶ୍ରୀକୃଷ୍ଣକୁ ଧରି ଗୋପପୁର ଯାଇଛନ୍ତି । ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଦୃଶ୍ୟ ଅଭିନୀତ ହୋଇଛି । ସେପଟେ କୃଷ୍ଣଙ୍କ ଜନ୍ମକୁ ନେଇ ଗୋପପୁରର ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାରାଜ କଂସ ମନ୍ତ୍ରୀ, ପାରିଷଦ ବର୍ଗଙ୍କ ସହ ନଗର ଭ୍ରମଣ କରୁଛନ୍ତି । ରାଜାଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିବା ପରେ ନଗର ବୁଲି ପ୍ରଜାଙ୍କ ହାନି ଲାଭ ବୁଝୁଛନ୍ତି ମହାରାଜ କଂସ । ଅନ୍ୟପଟେ ନିଜ ମୃତ୍ୟୁକୁ ନେଇ ଦୈବୀବାଣୀ ହେବା ପରେ ମହାରଜା ବିଚଳିତ ହୋଇପଡିଛନ୍ତି । ତେଣୁ ନଗର ଭ୍ରମଣରୁ ଫେରିବା ପରେ ମନକୁ ହାଲୁକା କରିବା ପାଇଁ ସନ୍ଧ୍ୟା ନଇଁଲେ ଜମୁଛି ମହାରାଜଙ୍କ ଦରବାରରେ ନାଚ ଗୀତର ଆସର । ମୁକ୍ତାକାଶ ରଙ୍ଗମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନ ପକ୍ଷରୁ ନୃତ୍ୟଗୀତ ପରିବେଷଣ କରାଯାଉଛି । ଦ୍ବିତୀୟ ଦିବସରେ କଂସ ଙ୍କ ଦରବାର ରେ ହାଜର ହୋଇଥିଲେ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ। ଦଣ୍ଡପାଟ ମଥୁରା ନଗରୀ ରେ ପ୍ରଜାଙ୍କ ଜମିରେ ଇନ୍ଦ୍ରାବତୀ ମେଗାଲିଫ୍ଟ ଜରିଆରେ ପାଣି ଯୋଗାଇବା ଭଳି ମହାନ କାର୍ଯ୍ୟ କରିଥିବାରୁ ତାଙ୍କୁ କଂସ ମହାରାଜ ଧନ୍ୟବାଦ ଦେବା ସହ ଛଞ୍ଚାଣବାହାଳି ଓ ଧଅଁରପୁର ପଞ୍ଚାୟତ ରେ ବାକି ରହିଥିବା ଜମି ରେ ଶୀଘ୍ର ପାଣି ପହଞ୍ଚାଇବା କୁ ଆଦେଶ ଦେଇଥିଲେ । ମୂଖ୍ୟବକ୍ତା ଭାବରେ ଅଲେଖ ଗୋପାଳ, ସମ୍ମାନୀୟ ଅତିଥି ରୂପରେ ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଜୟନ୍ତପୁର ସମିତିସଭ୍ୟ ଥବିର ନାଗ ଯୋଗ ଦେଇଥିବା ବେଳେ କ୍ଷୀରସିନ୍ଧୁ ବାଣୁଆ ଅତିଥି ପରିଚୟ ଦେଇ ଥିଲେ । ଧନୁଯାତ୍ରା କମିଟି ସଭାପତି ବାଳକୃଷ୍ଣ ବିଶି, ଭବାନୀ ବାରିକ, ତ୍ରିଲୋକ ନାଥ ସିଂ, ଅଜୟ ତିୱାରୀ, ଈଶ୍ୱର ବାଣୁଆ, କ୍ଷୀରସିନ୍ଧୁ ବାଗ, ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ହୁକିମ ବିଶି, ଗୁଣନିଧି ନାଗ, ଭିକାରୀ ଚରଣ ଗୋପାଳ, ଅଭୟ ସିଂ ରାଜପୁତ, ଭୀମସେନ ନିଏଲ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ