Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ।

ଧର୍ମଗଡ:୨୭/୧୨ ମଙ୍ଗଳବାର ରାତିରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଏକ ଟିମ ଦୁଇ ଟି ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ କରି ଧର୍ମଗଡ ସହର ଏକ ରାଇସମିଲ ରେ ଜିମା ଦେଇଛନ୍ତି।
ଯୋଗାଣ ବିଭାଗ ପକ୍ଷରୁ ମିଳି ଥିବା ସୂଚନା ଅନୁଯାୟୀ ଗତ କାଲି ରାତି ରେ ଓ ଆର ୦୪ଏଚ୍ ୨୨୯୬ ନମ୍ବର ଏକ ଟ୍ରକ ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଛକ ପାଖ ରେ ଧାନ ବୋଝେଇ କରି ନେଉ ଥିବା ବେଳେ ଯୋଗାଣ ବିଭାଗ ଏକ ସ୍କ୍ୱାର୍ଡ ଗାଡି କୁ ଅଟକ ରଖି ଯାଞ୍ଚ କରିଥିଲେ।ଯାଞ୍ଚ ବେଳେ ଏହି ଧାନ ଛତିଶଗଡ ଅଞ୍ଚଳ କୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା । ପରେ ଉକ୍ତ ଟ୍ରକ୍ କୁ ଜବତ କରି ତଦନ୍ତ କଲା ପରେ ସେଥିରେ ୧୮୮ କ୍ଵିଣ୍ଟାଲ ଧାନ ଥିବା ଜଣା ପଡିଥିଲା । ପରେ କୋକସରା ବ୍ଲକ ଖୁଣ୍ଟିଆ ଛକ୍ ଠାରୁ ଛତିଶଗଡ଼ କୁ ସିଜି ୨୩ ଜେ ୮୪୪୪ ଏକ ପିକଅପ୍ ଧାନ ବୋଝେଇ କରି ନେଉଥିବା ଯୋଗାଣ ବିଭାଗ ସ୍କ୍ୱାର୍ଡ ନଜର କୁ ଆସିଥିଲା ପରେ ଯାଞ୍ଚ ପରେ ଏହି ଧାନ ଛତିଶ ଗଡ଼ କୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା । ଏଥିରେ ୨୪.୯୫ କ୍ଵିଣ୍ଟାଲ ଧାନ ଥିବା ଜଣାପଡିଛି । ଦୁଇଟି ଗାଡି ରେ ମୋଟ ୨୧୪ କ୍ଵିଣ୍ଟାଲ ଧାନ ଥିବା ଜଣା ପଡିଛି ।
କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଙ୍କ ନେତୃତ୍ୱ ରେ ଧର୍ମଗଡ ଉପ ଖଣ୍ଡ ଯୋଗାଣ ଅଧିକାରୀ ଦୂର୍ଗା ପ୍ରସାଦ ମାଝୀ, ଧର୍ମଗଡ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଦାସ, ଜୟ ପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ନାଏକ ଓ ଜଗାରାମ ମୂର୍ମୁ ଏହି ସ୍କ୍ୱାର୍ଡ ରେ ସାମିଲ ହୋଇଥିଲେ ।ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମଣ୍ଡି ରେ ଧାନ କ୍ଵିଣ୍ଟାଲ ପିଛା ୨୧୦୦ ଟଙ୍କା ଦେଉଥିବା ବେଳେ ପଡୋଶୀ ଛତିଶ ଗଡ଼ ରେ ସରକାର ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି । ଫଳରେ ଦଲାଲ୍ ମାନେ ଛତିଶଗଡ଼ କୁ ଧାନ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି।