Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକତା ପାଇଁ ସମ୍ମାନୀତ ହେଲେ ଯୁବ ସାମ୍ୱାଦିକ ରୂପେନ୍ଦ୍ର ସୁନାନୀ।

କୋକସରା:୨୭/୧୨ ସାମ୍ବାଦିକତା ପାଇଁ ସମ୍ମାନୀତ ହେଲେ ଯୁବ ସାମ୍ବାଦିକ।କୋକସରା ବ୍ଲକ୍ କଳିଙ୍ଗ ୨୪ ନ୍ୟୁଜ ସାମ୍ୱାଦିକ ରୂପେନ୍ଦ୍ର ସୁନାନୀ। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୃସିଂହନାଥ ପୀଠରେ କଳିଙ୍ଗ ୨୪ ନିୟୁଜ ଓ ଓଡିଶା କର୍ମଜିବି ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ଓଡିଶା କର୍ମଜିବି ସାମ୍ୱାଦିକ ସଙ୍ଘର ରାଜ୍ୟ ଉପସଭାପତି ପରମାନନ୍ଦ ମିଶ୍ର, କଳିଙ୍ଗ୨୪ ନିୟୁଜର ନିର୍ଦେଶକ ଦୁର୍ଯୋଧନ ବେହେରା ଯୋଗଦାନ କରିଥିଲେ l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକ, ସାମ୍ବାଦିକା ମାନେ ଯୋଗଦାନ କରିଥିଲେ l ସମାଜରେ ବିଭିନ୍ନ କ୍ଷେତ୍ରରେ ସୁନାମ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lକଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ କଳିଙ୍ଗ ୨୪ ନିଉଜ ପ୍ରତିନିଧି ରୁପେନ୍ଦ୍ର ସୁନାନୀଙ୍କୁ ମଧ୍ଯ ସାମ୍ବାଦିକତା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ